ଶୁଭେନ୍ଦୁଙ୍କ ଗାଡ଼ି ଉପରେ ଆକ୍ରମଣ; କେନ୍ଦ୍ର ଗୃହ ମନ୍ତ୍ରାଳୟ ମାଗିଲା ରିପୋର୍ଟ
ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଶନିବାର ରାତିରେ ପୁରୁଲିଆଠାରେ ତୃଣମୂଳ କଂଗ୍ରେସ (ଟିଏମ୍ସି) କର୍ମୀ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ କରିଥିଲେ। ତୃଣମୂଳ କଂଗ୍ରେସ କର୍ମୀ ବାଡ଼ି ଓ ପେଟ୍ରୋଲ ଦ୍ବାରା ଆକ୍ରମଣ କରିଥିଲେ। ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁଭେନ୍ଦୁ ଅଧିକାରୀଙ୍କ ଅଫିସରୁ ରିପୋର୍ଟ ମାଗିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ଅଫିସ ଟିଏମ୍ସି କର୍ମୀଙ୍କ ଆକ୍ରମଣର ଭିଡିଓ ଗୃହ ମନ୍ତ୍ରାଳୟକୁ ପଠାଇବେ।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଶନିବାର ସନ୍ଧ୍ୟା ୮.୨୦ରେ ସେ ପୁରୁଲିଆରୁ ଫେରୁଥିବାବେଳେ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଗାଡ଼ିମାଳା ପଶ୍ଚିମ ମେଦିନାପୁର ଜିଲ୍ଲାର ଚନ୍ଦ୍ରକୋନା ରୋଡ ମାର୍କେଟ ଛକ ପାର୍ କରିବା ସମୟରେ କେତେକ ଟିଏମ୍ସି କର୍ମୀ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ କରିଥିଲେ। ଟିଏମ୍ସି ସମର୍ଥକଙ୍କ ପାଖରେ ଦଳୀୟ ପତାକା ମଧ୍ୟ ରହିଥିଲା। ସେମାନେ ରାସ୍ତାରେ ବାଟ ବନ୍ଦ କରି ବାଡ଼ିରେ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ସମୟରେ ପୁଲିସ ସେମାନଙ୍କ ସହାୟତା ପାଇଁ ଆସିନଥିଲା।
ତାଙ୍କ ଗାଡ଼ିର କାଚ ବୁଲେଟପ୍ରୁଫ ଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ବିଜେପି ସମର୍ଥକ ଏବଂ ତାଙ୍କ ସୁରକ୍ଷାକର୍ମୀ ଟିଏମ୍ସି କର୍ମୀଙ୍କୁ ସେଠାରୁ ତଡ଼ିବାକୁ ଚେଷ୍ଟା କରିବାରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ସେଠାରୁ ସେ ବିଟ୍ ହାଉସ୍ ପୁଲିସ ଆଉଟପୋଷ୍ଟକୁ ଯାଇ ପାଖାପାଖି ୬ ଘଣ୍ଟା ଧାରଣାରେ ବସିଥିଲେ। ପୁଲିସ ଆକ୍ରମଣକାରୀଙ୍କୁ ଜାମିନଯୋଗ୍ୟ ଧାରା ପ୍ରଦାନ କରିଥିବା ଶୁଭେନ୍ଦୁ ଅଭିଯୋଗ କରିଥିଲେ।
ପୁଲିସ ଷ୍ଟେସନ ନିକଟରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଶୁଭେନ୍ଦୁ କହିଛନ୍ତି, ନିର୍ବାଚନ ପାଖେଇ ଆସୁଛି। ତୃଣମୂଳ କଂଗ୍ରେସ ହାରିବେ ବୋଲି ଜାଣି ବିଜେପିକୁ ପଶ୍ଚିମବଙ୍ଗରୁ ନିଶ୍ଚିହ୍ନ କରିବାକୁ ଚାହୁଛି। ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି। ଏହି ମାମଲାରେ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି। ଶୁଭେନ୍ଦୁ ଚନ୍ଦ୍ରକୋନାରେ ମଙ୍ଗଳବାର ପ୍ରତିବାଦ ରାଲି କରିବେ ବୋଲି କହିଛନ୍ତି।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications