ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ
ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ । ଏପରି ଘଟଣା କୋଲକତାରେ ଦେଖିବା ପାଇଁ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଯାଇଛି । ଭିଡିଓ ପୋଷ୍ଟ କରି ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ ସମାଲୋଚନା କରିଛି ।
କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁନ୍ଦର ଅଭିଯୋଗ କରିଛନ୍ତି ଯେ, ରାମନବମୀ ଶୋଭାଯାତ୍ରା ସମୟରେ ହିନ୍ଦୁ ଭକ୍ତଙ୍କୁ ଟାର୍ଗେଟ୍ କରାଯାଉଛି । କୋଲକତା ପାର୍କ ସର୍କନ ସେଭେନ ପଏଣ୍ଟ ଅଞ୍ଚଳରେ ଶୋଭାଯାତ୍ରାରୁ ଫେରୁଥିବା ବେଳେ ଗେରୁଆ ପତାକା ଲାଗି ଥିବା ଗାଡି ଉପରେ ଆକ୍ରମଣ କରାଯାଇଛି । ପୋଲିସ ଉପସ୍ଥିତ ଥାଇ ମଧ୍ୟ ପଥର ମାଡ କରାଯାଇଛି ବୋଲି ଅଭିଯୋଗ କରାଯାଇଛି ।

ହେଲେ ଏପରି ଅଭିଯୋଗକୁ ଖଣ୍ତନ କରିଛି କୋଲକତା ପୋଲିସ । ଉକ୍ତ ଅଞ୍ଚଳରେ କୌଣସି ରାମ ନବମୀ ଶୋଭାଯାତ୍ରା ହୋଇନଥିବା କହିଛି କୋଲକତା ପୋଲିସ ଏପରି ଗୁଜବକୁ ବିଶ୍ୱାସ ନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛି ।












Click it and Unblock the Notifications