ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଆକ୍ରମଣ:୫ ଆହତ
Punjab's Golden Temple: ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ତ, ୫ ଜଣ ଗୁରୁତର ଆହତ । ଯୁବତ ଜଣକ ଲୁହା ରଡ୍ ଧରି ଭକ୍ତଙ୍କ ଉପରେ ଆକ୍ରମଣ କରିବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ବ୍ୟକ୍ତି ଜଣକ ହରିୟାଣାର ବାସିନ୍ଦା ଏବଂ ଘଟଣା ପରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲା ତାଙ୍କୁ ଗିରଫ କରାଯାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଲୁହା ରଡ୍ ଧରି ସ୍ୱର୍ଣ୍ଣ ମନ୍ଦିର ଭିତରକୁ ପଶି ଆକ୍ରମଣ କରିଥିଲେ, ଯେଉଁଥିରେ ଦୁଇଜଣ ସେବକ ଏବଂ ତିନି ଜଣ ଭକ୍ତ ଆହତ ହୋଇଥିଲେ। ଶୁକ୍ରବାର, ମାର୍ଚ୍ଚ ୧୫ ତାରିଖରେ ସେହି ବ୍ୟକ୍ତିଙ୍କୁ ସ୍ୱର୍ଣ୍ଣ ମନ୍ଦିରର ଗୁରୁ ରାମଦାସ ସାରାଇ ପାଖରେ ବୁଲୁଥିବାର ଦେଖିବା ପାଇଁ ମିଳିଥିଲା । ଆହତଙ୍କ ମଧ୍ୟରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ଦୁଇ ଜଣ ସ୍ୱେଚ୍ଛାସେବୀ ମଧ୍ୟ ସାମିଲ ଅଛନ୍ତି ।












Click it and Unblock the Notifications