ଆଇଆଇଟି ବାବାଙ୍କ ଆଉ ଏକ କାରନାମା, ଲାଇଭ ଶୋ'ରେ କଲେ .....
ଏରୋସ୍ପେସ ଇଞ୍ଜିନିୟରରୁ ସାଧୁ ପାଲଟିଥିବା ଅଭୟ ସିଂହ ମହାକୁମ୍ଭ ସମୟରେ ଚର୍ଚ୍ଚାକୁ ଆସିଥିଲେ। ମୁମ୍ବାଇ ଆଇଆଇଟିରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଅଭୟଙ୍କ ସାଧୁ ଜୀବନ ବେଶ ଚର୍ଚ୍ଚାକୁ ଆସିଥିଲା। ସାମାଜିକ ଗଣମାଧ୍ୟମରେ ସେ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଚମ୍ପିଆନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବାପା ଦେଇଥିବା ଭବିଷ୍ୟବାଣୀ ଫେଲ ମାରିବା ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଥିଲା। ଉକ୍ତ ମ୍ୟାଚରେ ପାକିସ୍ତାନ ବିଜୟ ଲାଭ କରିବ ବୋଲି ବାବା ଜୋର ଦେଇ କହିଥିଲେ। କିନ୍ତୁ ଭାରତ ଜିତିବା ପରେ ଅନେକେ ତାଙ୍କୁ ଭଣ୍ଡ ବାବା ବୋଲି କହିଥିଲେ।

ବାବା ଅଭୟ ସିଂହଙ୍କ ଆଉ ଏକ କାରନାମା ସାମ୍ନାକୁ ଆସିଛି। ଜାତୀୟ ସ୍ତରର ଏକ ଖବର ସରବରାହ ସଂସ୍ଥାରେ ଲାଇଭ ଶୋ' ସମୟରେ ବାବା ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ଏପରି କି ତାଙ୍କୁ ଶାନ୍ତ ରହିବାକୁ ବୁଝାଉଥିବା ଜଣେ ଧର୍ମଗୁରୁଙ୍କ ଉପରକୁ ବାବା ଗରମ ଚା' ଫିଙ୍ଗିଛନ୍ତି। ବାବାଙ୍କ କାରନାମାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।
इसमें iit babaने चाय फेंक दिया है,हां सहित फेंका यह पाखंडी पंडितyoutupeपर एक मिनट में करोड पति बनवाए वाली कि भाषा और यह पाताल नाथ अपने आपको भगवा पहन रखा है बोलने का तरिका देखो।हम iit baba. के साथ है।जो स्टेज बाबा थे सब ढोगी थे। @NewsNationTV @_Tiwari__ @shivanya33 @Bambalal_BJP pic.twitter.com/kYaGjdcVns
— 🚩सनातन धर्म 🚩सनतान हिन्दू राष्ट्र 🚩मनिष चौधरी (@githala_manish) March 1, 2025
ଅନ୍ୟପଟେ ବାବା ଅଭିଯୋଗ କରିଛନ୍ତି ଯେ, ଲାଇଭ ଶୋ'ରେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହିତ ବାଡ଼ିରେ ପିଟାଯାଇଛି। କିନ୍ତୁ ପ୍ରଘଟ ଭିଡିଓରେ ସେପରି କୌଣସି ଦୃଶ୍ୟ ଦେଖିବାକୁ ମିଳିନାହିଁ। ବାବା ଉକ୍ତ ଚ୍ୟାନେଲ ବନ୍ଦ କରିଦେବାକୁ ମଧ୍ୟ ଧମକ ଦେଇଛନ୍ତି।
ଗତ ଶୁକ୍ରବାର ତାଙ୍କୁ ଏକ ଖବର ସରବରାହ ସଂସ୍ଥା ପକ୍ଷରୁ ଲାଇଭ ଶୋ'କୁ ଡକାଯାଇଥିଲା। ଯେଉଁଠି କିଛି ଗେରୁଆ ବସ୍ତ୍ରଧାରୀ ସାଧୁଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାବା ଅଧାରୁ ଶୋ' ଛାଡ଼ି ଚାଲିଯିବାକୁ ବାହାରିଥିଲେ। ଜଣେ ଧର୍ମଗୁରୁ ବାବାଙ୍କୁ ବୁଝାଇବାରୁ ତାଙ୍କ ଉପରକୁ ସେ ଚା' ଫିଙ୍ଗିଥିଲେ। କିନ୍ତୁ ଅନ୍ୟପଟେ ଥାନାକୁ ଯାଇ ତାଙ୍କୁ ଲାଇଭ ଶୋ'ରେ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ବାବା।












Click it and Unblock the Notifications