ଚଢ଼ାଉ ବେଳେ ଇଡି ଟିମ୍ ଉପରକୁ ଆକ୍ରମଣ ; ଆକ୍ରମଣକାରୀଙ୍କ ଉପରେ ମାମଲା ରୁଜୁ
ଗୁରୁବାର ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସାନରେ ସାଇବର ଜାଲିଆତି ମାମଲାରେ ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏହି ଆକ୍ରମଣକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାମଲା ପଞ୍ଜିକରଣ କରିଛି। ତେବେ ଏହି ଆକ୍ରମଣରେ କାହାରି କିଛି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ। ଅଭିଯୁକ୍ତ ଅଶୋକ ଶର୍ମା ଏବଂ ତାଙ୍କ ଭାଇଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି।

ଇଡିର କହିବା ମୁତାବକ ଫିସିଂ ସ୍କାମ୍, କ୍ୟୁଆର୍ କୋଡ୍ ଚିଟିଂ, ପାର୍ଟ-ଟାଇମ୍ ଜବ୍ ସ୍କାମ୍ ଆଦିକୁ ମିଶାଇ ହଜାର ହଜାର ସାଇବର୍ ଠକେଇ ମାମଲା ରହିଛି।
ଆଇ୪ସି ଏବଂ ଏଫ୍ଆଇୟୁ-ଆଇଏନ୍ଡି ସହାୟତାରେ, ହଜାର ହଜାର ରିପୋର୍ଟ ହୋଇଥିବା ଅପରାଧ ଘଟଣାର ବିଶ୍ଳେଷଣ କରାଯାଇଛି। ଏଥିରୁ ଜଣାପଡ଼ିଲା ଯେ ୧୫ ହଜାର ବେନିୟମ୍ ଆକାଉଣ୍ଟ୍ରେ ସେହି ଠକାମୀ ଟଙ୍କା ସବୁ ରଖା ଯାଉଥିଲା। ଏହି ସବୁ ଆକାଉଣ୍ଟ୍କୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ମାନ ଚଳାଉଥିଲେ। ଏହାକୁ ନେଇ ଖୋଳତାଢ଼ ଏବେ ବି ଜାରି ରହିଛି।












Click it and Unblock the Notifications