ବାଂଲାଦେଶରରେ ଦୁର୍ଗା ପୂଜା ମଣ୍ଡପକୁ ଆକ୍ରମଣ ଘଟଣା ; ଚିନ୍ତା ପ୍ରକଟ କଲା ଭାରତ

ବାଂଲାଦେଶରେ ସରକାର ବଦଳିବା ପରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଜାରି ରହିଛି। ଏବେ ହିନ୍ଦୁମାନେ ଦୁର୍ଗାପୂଜା କରୁଥିବାବେଳେ ମୌଳବାଦୀମାନେ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ହିନ୍ଦୁମାନେ ଆତଙ୍କିତ ହୋଇଯାଇଛନ୍ତି ।

Bangladesh

ରିପୋର୍ଟ ଅନୁଯାୟୀ, ବାଂଲାଦେଶରେ ଦୁର୍ଗାମଣ୍ଡପ ଭଙ୍ଗାରୁଜ୍ଜା ସଂପର୍କିତ ୩୫ଟି ଘଟଣା ସାମ୍ନାକୁ ଆସିଛି । ଏହାପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଚିନ୍ତା ପ୍ରକଟ କରିଛି। ଆମେ ବାଂଲାଦେଶ ସରକାରଙ୍କୁ ହିନ୍ଦୁ ଏବଂ ସେମାନଙ୍କ ଧର୍ମାନୁଷ୍ଠାନ ସମେତ ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ୱାନ କରୁଛୁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି।

ମନ୍ତ୍ରାଳୟ କହିଛି, "ଢାକାର ତନ୍ତୀବଜାରରେ ଥିବା ପୂଜା ମଣ୍ଡପ ଉପରେ ହୋଇଥିବା ଆକ୍ରମଣ ଓ ସାତଖିରାର ପ୍ରସିଦ୍ଧ ଯଶୋରେଶ୍ୱରୀ କାଳୀ ମନ୍ଦିରରେ ହୋଇଥିବା ଚୋରିକୁ ନେଇ ଆମେ ଗଭୀର ଉଦବେଗ ପ୍ରକାଶ କରିଛୁ। ଏହା ନିନ୍ଦନୀୟ ଘଟଣା। ସେମାନେ ମନ୍ଦିର ଓ ଦେବାଦେବୀମାନଙ୍କୁ ଅପମାନିତ କରିବା ଏବଂ ନଷ୍ଟ କରିବାର ଏକ ସୁଚିନ୍ତିତ ଢାଞ୍ଚା ଅନୁସରଣ କରନ୍ତି, ଯାହା ଆମେ ଗତ କିଛି ଦିନ ଧରି ଦେଖୁଛୁ । ଏହି ପବିତ୍ର ପର୍ବରେ ହିନ୍ଦୁମାନଙ୍କ ସହିତ ସମସ୍ତ ସଂଖ୍ୟାଲଘୁ ଏବଂ ସେମାନଙ୍କ ଉପାସନାସ୍ଥଳର ସୁରକ୍ଷା ସୁନିଶ୍ଚିତ କରିବାକୁ ଆମେ ବାଂଲାଦେଶ ସରକାରଙ୍କୁ ନିବେଦନ କରୁଛୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+