“ଆତ୍ମନିର୍ଭର ବର”: ନିଜ ବାହାଘରରେ ନିଜେ ବଜାଇଲେ ବାଜା, ଦେଖନ୍ତୁ ଭିଡିଓ
ଏକ ବାହାଘରର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବର ନିଜେ ନିଜ ବାହାଘରରେ ବାଜା ବଜାଉଥିବା ଦେଖିବାକୁ ମିଳିଛି
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବେକାବୁ ହେଉଥିବା ବେଳେ ବିବାହ, ଅନ୍ତ୍ୟୋଷ୍ଟି କ୍ରିୟା ଉପରେ ଲଗାଯାଇଛି କଟକଣା । କୌଣସି ବାହାଘରରେ ବରଯାତ୍ରୀ ଯାଇ ପାରିବେ ନାହିଁ ବୋଲି ବିଭିନ୍ନ ସରକାର ଘୋଷଣା କରିଛନ୍ତି । ତେବେ ଏହାରି ଭିତରେ ଏକ ବାହାଘରର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ବର ନିଜେ ନିଜ ବାହାଘରରେ ବାଜା ବଜାଉଥିବା ଦେଖିବାକୁ ମିଳିଛି । ଏହାକୁ ଏକ ଆଇପିଏସ୍ ଅଫିସର୍ ନିଜ ଟୁଇଟର୍ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ବର କାନ୍ଧରେ ଗୋଟିଏ ଡ୍ରମ୍ ରହିଛି । ଆଉ ତା ପଛକୁ କନ୍ୟା ଠିଆ ହୋଇଛି । ବର ଜଣକ ବାଜା ବଜାଉଛି । କୋଭିଡ୍ ନିୟମ ପାଳନ କରିବାକୁ ଯାଇ ସେମାନେ ଏବଂ ତାଙ୍କ ପରିବାର ଲୋକେ ଅଳ୍ପ ଲୋକରେ ବିବାହ କରୁଥିବା ବର ନିଜେ ବାଜା ବଜାଉଛି ।
#Atmanirbhar Dulha pic.twitter.com/STRlOaPXRM
— Rupin Sharma IPS (@rupin1992) May 12, 2021
ସେହିପରି ଭିଡିଓଟିକୁ ସେୟାର କରି ଆଇପିଏସ୍ ଅଫିସର୍ କ୍ୟାପସନ୍ ରେ ଲେଖିଛନ୍ତି ଯେ, "ଆତ୍ମନିର୍ଭର ବର"। ତେବେ ଏହି ଭିଡିଓକୁ ଅନେକ ୟୁଜର୍ ଲାଇକ୍ ଏବଂ ସେୟାର କରିଥିବା ବେଳେ ମଜାଦାର କମେଣ୍ଟ ଦେଇଛନ୍ତି। ଜଣେ ଲେଖିଛନ୍ତି ଯେ, "କରୋନା ନିୟମ ପାଳନ କରୁଥିବା ବର"। ସେହିପରି ଆଉ ଜଣେ ଲେଖିଛନ୍ତି ଯେ, "ଆଜି ଢ଼ୋଲ ପିଟୁଛି, କାଲି ନିଜ ମୁଣ୍ଡ ପିଟିବ"। ଏହି 30 ସେକେଣ୍ଡର ଭିଡିଓଟି ଏବେ ବେଶ ଭାଇରଲ ହେବାରେ ଲାଗିଛି ।












Click it and Unblock the Notifications