ଟ୍ରେନରେ ଉପଲବ୍ଧ ହେବ ATM ସୁବିଧା, ଦେଶରେ ପ୍ରଥମ ଥର ପାଇଁ ଟ୍ରାଏଲ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନରେ ମିଳିବ ATM (Automated Teller Machine) ସୁବିଧା । ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ରେଳବାଇ (Central Railway)ପଞ୍ଚବଟି ଏକ୍ସପ୍ରେସରେ ଏକ ATM ସ୍ଥାପନ କରିଛି । ବର୍ତ୍ତମାନ ଏହାକୁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି । ଯଦି ଏହି ସେବା ସଫଳ ହୁଏ, ତେବେ ଏହାକୁ ଆହୁରି ବିସ୍ତାର କରିବା ବିଷୟରେ ଆଲୋଚନା କରାଯିବ । ଏହି ଟ୍ରେନ୍ ନାସିକର ମନମାଡ-ମୁମ୍ବାଇ ମଧ୍ୟରେ ଚାଲିଥାଏ ।

ଟ୍ରେନରେ ଏଟିଏମକେନ୍ଦ୍ରୀୟ ରେଳବାଇର ଭୁସାୱଲ ଡିଭିଜନର ଅଧିକାରୀଙ୍କ ସୂଚନା ଅନୁଯାୟୀ, ପରୀକ୍ଷାମୂଳକ ଭାବରେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସରେ ଏକ ସ୍ୱୟଂଚାଳିତ ଟେଲର ମେସିନ୍ (ATM) ସ୍ଥାପନ କରାଯାଇଛି । ଏହା ଏକ ଘରୋଇ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହି ATM ଦୈନିକ ଏକ୍ସପ୍ରେସ୍ ସେବାର ଏୟାରକଣ୍ଡିସନ୍ଡ୍ ଚେୟାର କାର୍ କୋଚ୍‌ରେ ସ୍ଥାପିତ ହୋଇଛି । ପ୍ରଥମେ ଏହାକୁ ପରୀକ୍ଷା ମୂଳକ ଭାବରେ ଲଗାଯାଇଛି । ଖୁବଶୀଘ୍ର ଏହା ସମସ୍ତ ଯାତ୍ରୀଙ୍କ ପାଇଁ ଉପଲବ୍ଧ କରାଯିବ ।

ATM facility will be available in trains trial for the first time in the country

ପଞ୍ଚବଟି ଏକ୍ସପ୍ରେସ୍:

ଟ୍ରେନ ଚଳାଚଳ ସମୟରେ ସୁରକ୍ଷା ଏବଂ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଏକ ସଟର ଡୋର ଯୋଗାଇ ଦିଆଯାଇଛି । ରେଳ ଅଧିକାରୀଙ୍କ ଅନୁଯାୟୀ, ମନମାଡ ରେଳ ୱାର୍କସପ୍‌ର କୋଚଗୁଡ଼ିକରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ପଞ୍ଚବଟି ଏକ୍ସପ୍ରେସ୍ ପ୍ରତିଦିନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଏବଂ ମନମାଡ ଜଙ୍କସନ୍ ମଧ୍ୟରେ ପ୍ରତିଦିନ ଚଳାଚଳ କରେ । ଏହାର ଏକପାଖିଆ ଯାତ୍ରା ପ୍ରାୟ 4.35 ଘଣ୍ଟାରେ ସମାପ୍ତ କରେ । ଇଣ୍ଟରସିଟି ଯାତ୍ରା ପାଇଁ ସୁବିଧାଜନକ ସମୟ କାରଣରୁ ଏହା ଏହି ରୁଟରେ ଲୋକପ୍ରିୟ ଟ୍ରେନଗୁଡ଼ିକ ମଧ୍ୟରୁ ଗୋଟିଏ ।

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସ୍ୱପ୍ନିଳ ନୀଲା PTIକୁ କହିଛନ୍ତି ଯେ, ପରୀକ୍ଷାମୂଳକ ଭାବରେ ପଞ୍ଚବଟି ଏକ୍ସପ୍ରେସରେ ଏହି ATM ସ୍ଥାପନ କରାଯାଇଛି । ରେଳ ଅଧିକାରୀଙ୍କ ଅନୁଯାୟୀ, ATMକୁ କୋଚ୍ ପଛ ପାର୍ଶ୍ୱରେ ଥିବା ଏକ ଚାମ୍ବରରେ ଲଗାଯାଇଛି । ଏହା ପୂର୍ବରୁ ଏକ ଅସ୍ଥାୟୀ ପାଣ୍ଟ୍ରି (pantry) ଭାବରେ ବ୍ୟବହୃତ ହେଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+