ଅତିଶୀଙ୍କ ଉପରେ ଏଭଳି ମନ୍ତବ୍ୟ ଦେଲେ ସ୍ୱାତୀ , ଆପ୍ କହିଲା ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରୁ....
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁ ଉପରେ ମୋହର ଲାଗିଛି । ଆତିଶୀଙ୍କ ନାଁ ଘୋଷଣା କରିଥିଲେ ଅରବିନ୍ଦ କେଜରିୱାଲ । କେଜରିୱାଲଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା। ତେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତିଶୀଙ୍କ ନାମ ଘୋଷଣା ହେବା ପରେ ଆପର ଦଳର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଓ ଆପ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆହୁରି ତୀବ୍ର ହୋଇଛି। ଆଜି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ଘୋଷଣା କରାଯାଇଛି।
ପ୍ରାୟ ଗୋଟିଏ ଦଶନ୍ଧି ପରେ ଦିଲ୍ଲୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପାଇବାକୁ ଯାଉଛି। କିନ୍ତୁ ଆତିଶୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କ ସମ୍ପର୍କରେ ଆପ୍ର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ବଡ଼ ବୟାନ ଦେଇଛନ୍ତି। ଦଳ ଆତିଶୀଙ୍କୁ ଡମି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି ଓ ଏହା ଜାତୀୟ ରାଜଧାନୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ ବୋଲି ସେ କହିଛନ୍ତି।

କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଆତିଶୀଙ୍କୁ କଟାକ୍ଷ କରିବା ପରେ ସ୍ୱାତୀ ମାଲିୱାଲ ଗୋଟିଏ ଚିଠି ଶେୟାର କରିଛନ୍ତି। ୨୦୦୧ ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁ ପାଇଁ ଆତିଶୀଙ୍କ ବାପା ମା' କ୍ଷମା ଆବେଦନ ଲେଖିଥିଲେ ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି। ସେ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି।' ଏଭଳି ଆତଙ୍କବାଦୀଙ୍କୁ ସମର୍ଥନ କରିଥିବା ମହିଳା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଆମେ ସମସ୍ତେ ଜାଣୁ ଯେ ସେ କେବଳ ଜଣେ "ଡମି ସିଏମ୍" ହେବେ ।" ତେବେ ସ୍ୱାତୀଙ୍କ ଏପରି ବୟାନକୁ ଆପ୍ ପକ୍ଷରୁ ଦୃଢ଼ ଭାବେ କାଉଣ୍ଟର କରାଯାଇଛି।
ବରିଷ୍ଠ ଆପ୍ ନେତା ତଥା ବିଧାୟକ ଦିଲୀପ ପାଣ୍ଡେ ପ୍ରତିକ୍ରିୟା ଦେଇ କହିଛନ୍ତି, "ସ୍ୱାତୀ ମାଲିୱାଲ ଆପ୍ ଟିକେଟରେ ରାଜ୍ୟସଭା ଯାଇ ବିଜେପି ଦେଇଥିବା ସ୍କ୍ରିପ୍ଟ ପଢ଼ୁଛନ୍ତି । ଯଦି ତାଙ୍କ ମୁହଁରେ ଟିକିଏ ଲଜ୍ଜା ଥାଏ, ତେବେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ବିଜେପି ଟିକେଟ୍ ରେ ରାଜ୍ୟସଭା ଯାଆନ୍ତୁ । "












Click it and Unblock the Notifications