ପାଣି ପାଇପଲାଇନ ସୁରକ୍ଷା ପାଇଁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଉ: ଜାଣନ୍ତୁ କାହିଁକି ଏଭଳି କହିଲେ ଆତୀଶି

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି । ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଟ୍ୟାଙ୍କର ଆସିବା କ୍ଷଣି ଗାଡ଼ି ଉପରେ ଚଢ଼ି ଜୋରଜବରଦସ୍ତ ପାଣି ନେଉଛନ୍ତି । ରାଜଧାନୀର ଏଭଳି ଦୃଶ୍ୟ ସମଗ୍ର ଦେଶ ପାଇଁ ସତର୍କ ଘଣ୍ଟି ପାଲଟିଛି । ପରିସ୍ଥିତି ଏପରି ହେଲାଣି ଯେ, ସରକାର ଏବେ ପାନୀୟଜଳ ପାଇପଲାଇନର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀ ରବିବାର ଦିଲ୍ଲୀ ପୁଲିସ ଆୟୁକ୍ତ ସଞ୍ଜୟ ଅରୋରାଙ୍କୁ ଚିଠି ଲେଖି ପାଇପଲାଇନ ସୁରକ୍ଷା ପାଇଁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଏହି ଜଳ ସଙ୍କଟ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଜଳ ମନ୍ତ୍ରୀ ଆତୀଶି । ଏଠାରେ ପାଇପ୍ ଲାଇନ୍ କାଟିବାକୁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି ।

Atishi

ଏନେଇ ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଚିଠି ଲେଖି ଦିଲ୍ଲୀ ମୁଖ୍ୟ ୱାଟର ପାଇପ୍ ଲାଇନ୍‌କୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଛନ୍ତି ।ଜଳମନ୍ତ୍ରୀ କହିଛନ୍ତି ଯେ ଗତକାଲି ଦକ୍ଷିଣ ଦିଲ୍ଲୀର ପାଇପଲାଇନରେ ୬ ବୋଲ୍ଟ କଟାଯାଇଥିଲା । ଦିଲ୍ଲୀରେ ଜଳ ସମସ୍ୟା ବଢ଼ାଇବା ପାଇଁ ଏକ ଷଡଯନ୍ତ୍ର ହୋଇଛି ।

ଏହି ଷଡଯନ୍ତ୍ର ହେତୁ ଆଜି ଦକ୍ଷିଣ ଦିଲ୍ଲୀରେ ୨୫% ଜଳ ଅଭାବ ଦେଖାଦେଇଛି । ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଚିଠି ଲେଖି ଆଗସ ୧୫ ଦିନ ପାଇଁ ଆମର ପ୍ରମୁଖ ପାଇପ୍ ଲାଇନ୍‌ଗୁଡିକର ସୁରକ୍ଷା ତଥା ପାଟ୍ରୋଲିଂ ପାଇଁ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଅନୁରୋଧ କରିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+