ଶପଥ ନେବା ପରେ କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଆତିଶୀ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶନିବାର (ସେପ୍ଟେମ୍ବର ୨୧) ରାଜନିବାସରେ ଆୟୋଜିତ ଏକ ସରଳ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆତିଶୀଙ୍କୁ ଶପଥ ପାଠ କରାଇବା ସହ ଏହି ଆତିଶୀ ଦିଲ୍ଲୀର ତୃତୀୟ ତଥା ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆପ୍ର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।
ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ଶପଥ ପାଠ ସମୟରେ ଷ୍ଟେଜ ସାମ୍ନାରେ କେଜ୍ରିୱାଲଙ୍କ ସମେତ ଅନ୍ୟ ଅତିଥିମାନେ ବସିଥିଲେ। ଶପଥ ପାଠ ପରେ ଉପ ରାଜ୍ୟପାଳ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଆତିଶୀ ସିଧା କେଜ୍ରିୱାଲଙ୍କ ପାଖକୁ ଆସିଥିଲେ। ଉପ ରାଜ୍ୟପାଳ ସକ୍ସେନା ସ୍ମିତ ହାସ୍ୟ ଦେଇ କେଜ୍ରିୱାଲଙ୍କ ସହ ହାତ ମିଳିଥିଲେ। ଏହି ସମୟରେ ଆତିଶୀ ସେଠାରେ ପହଞ୍ଚି କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଏହାପୂର୍ବରୁ ସେପ୍ଟେମ୍ବର ୧୭ରେ ଅରବିନ୍ଦ କେଜ୍ରିୱାଲ ଏକ୍ସାଇଜ ନୀତି ସହ ଜଡିତ ଏକ ମାମଲାରେ ତିହାର ଜେଲରୁ ଜାମିନ ମଞ୍ଜୁର ହେବା ପରେ ସିଏମ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଆମ୍ ଆଦମୀ ପାର୍ଟି ବିଧାନସଭା ଦଳର ବୈଠକରେ ଆତିଶୀ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।












Click it and Unblock the Notifications