ଆଜି ପଦ ସମ୍ଭାଳିବେ ଆତିଶୀ
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆପ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମାର୍ଲେନା ସିଂ ତାଙ୍କର ଦାୟିତ୍ବ ଗ୍ରହଣ କରିବେ। କଂଗ୍ରେସ ଶିଲା ଦୀକ୍ଷିତ୍ ଏବଂ ବିଜେପିର ସୁଷମା ସ୍ୱରାଜଙ୍କ ପରେ ସେ ହେଉଛନ୍ତି ତୃତୀୟ ମହିଳା ଓ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ। ଦୁଇ ଦିନ ପୂର୍ବେ ବରିଷ୍ଠ ଆମ ଆଦମୀ ପାର୍ଟିର ନେତା ଆତିଶୀ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ସେ ଦିଲ୍ଲୀ ସଚିବାଳୟରେ ପହଞ୍ଚି ସୋମବାର ମଧ୍ୟାହ୍ନ ୧୨ ଟାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ। କୁହାଯାଉଛି ଯେ ସେ ସୋମବାର ଦିଲ୍ଲୀ କ୍ୟାବିନେଟର ଏକ ବୈଠକ ଡାକି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଏହି ସମୟରେ, ସୂଚନା ରହିଛି ଯେ ଦିଲ୍ଲୀ ବିଧାନସଭା ଅଧିବେଶନ ୨୬ ଏବଂ ୨୭ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।
ସେପ୍ଟେମ୍ବର ୧୭ରେ ଅରବିନ୍ଦ କେଜ୍ରିୱାଲ ଏକ୍ସାଇଜ ନୀତି ସହ ଜଡିତ ଏକ ମାମଲାରେ ତିହାର ଜେଲରୁ ଜାମିନ ମଞ୍ଜୁର ହେବା ପରେ ସିଏମ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଆମ୍ ଆଦମୀ ପାର୍ଟି ବିଧାନସଭା ଦଳର ବୈଠକରେ ଆତିଶୀ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।

ଶିକ୍ଷା, ରାଜସ୍ୱ, ଅର୍ଥ, ଶକ୍ତି ଏବଂ ପୂର୍ତ୍ତ ସମେତ କେଜ୍ରିୱାଲ ସରକାରରେ ସେ ଅନେକ ଦାୟିତ୍ବ ଗ୍ରହଣ କରି ସାରିଥିଲେ ଯେତେବେଳେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାରେ କୌଣସି ଅସୁବିଧା ନଥିଲା। ତେବେ ଏଥର ମୁକେଶ ଅହଲୱାଟ ଏଥର ନୂଆ ମୁହଁ ଭାବେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ଆତିଶୀ ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ପୁଣିଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଫେରାଇ ଆଣିବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଥିଲେ।












Click it and Unblock the Notifications