ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ଇସ୍ତଫା ଦେଇଛନ୍ତି। ସେ ଉପରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

Atishi Marlena

ଅରବିନ୍ଦ କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଗତବର୍ଷ ୨୧ ସେପ୍ଟେମ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶପଥ ନେଇଥିଲେ। ତାଙ୍କର କାର୍ଯ୍ୟକାଳ ସାଢ଼େ ୪ ମାସ ରହିଲା। ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପୂର୍ବରୁ ଭାଜପାର ଦିବଂଗତ ନେତ୍ରୀ ସୁଷମା ସ୍ବରାଜ ଏବଂ ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଆସିଥିବା କଂଗ୍ରେସର ଦିଗଂଗତ ନେତ୍ରୀ ଶୀଲା ଦୀକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆତିଶୀ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଶନିବାର ୭୦ ସିଟ୍‌ ମଧ୍ୟରୁ ଦିଲ୍ଲୀ ବିଧାନସଭାରେ ଭାଜପା ୪୮ଟି ସିଟ୍‌ ଦଖଲ କରିଥିଲା। ଆମ୍‌ ଆଦ୍‌ମୀ ପାର୍ଟିକୁ ୨୨ଟି ସିଟ୍‌ ମିଳିଥିଲା। କଂଗ୍ରେସ ଲଗାତର ତୃତୀୟ ଥର ପାଇଁ ତା'ର ଖାତା ଖୋଲିପାରିଲା ନାହିଁ।

ଦିଲ୍ଲୀରେ ଭାଜପା ବହୁତ ଭଲ ପ୍ରଦର୍ଶନ କରିଛି। ଏହା ମଧ୍ୟରେ କେଜ୍‌ରିଓ୍ବାଲ ଏବଂ ମନୀଷ ସିସୋଡିଆଙ୍କ ସହିତ ଆମ୍‌ ଆଦ୍‌ମୀ ପାର୍ଟିର କିଛି ବଡ଼ ନେତା ପରାଜୟ ଲାଭ କରିଛନ୍ତି। ଆତିଶୀଙ୍କ ବ୍ୟତୀତ ୩ ମନ୍ତ୍ରୀ ଗୋପାଳ ରାୟ, ମୁକେଶ ଅହଲ୍ୟାବତ ଏବଂ ଇମ୍ରାନ ହୁସେନ ବି ବିଜୟ ଲାଭ କରିଛନ୍ତି। ଆପ୍‌ର ପ୍ରମୁଖ ରଣନୀତିଜ୍ଞ ଆତିଶୀ ଭାଜପାର ରମେଶ ବିଧୂଡ଼ିଙ୍କୁ ୩,୫୨୧ ଖଣ୍ଡ ଭୋଟ୍‌ରେ ପରାଜୟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+