ଆତିଶୀ ମାର୍ଲନ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ
Delhi New CM: ଆତିଶୀ ମାର୍ଲନ ହେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ଘୋଷଣା କରିଛନ୍ତି । ଆଜି ଆମ ଆଦମୀ ପାର୍ଟି (AAP) ପାର୍ଟି ବୈଠକରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବିଧାୟକମାନେ ଏଥିରେ ରାଜି ହୋଇଥିଲେ।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ନେତାମାନେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଅତିଶୀଙ୍କ ନାମ ପରାମର୍ଶ ଦେଇଥିଲେ। ସୋମବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ବର୍ତ୍ତମାନ ଆତିଶୀ ମାର୍ଲେନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ସମେତ ଅର୍ଥ, ପର୍ଯ୍ୟଟନ, କଳା ଏବଂ ସଂସ୍କୃତି ବିଭାଗର ଦ୍ୱାୟିତ୍ୱରେ ସେ ଅଛନ୍ତି । ଆଜି ବିଧାୟକ ଦଳ ବୈଠକରେ କେଜ୍ରିୱାଲ ଆତିଶୀଙ୍କ ପ୍ରସ୍ତାବ ପରେ ଆତଶୀଙ୍କ ନାଁରେ ମୋହର ବାଜିଛି । ଆଜି ଅରବିନ୍ଦ କେଜ୍ରିୱାଲ ରାଜ୍ୟପାଳଙ୍କ ନିକଟରେ ନିଜ ଇସ୍ତଫା ଦେବା ପରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ସେପ୍ଟେମ୍ବର 26-27ରେ ବସିବା ପାଇଁ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ସେହିପରି ବର୍ତ୍ତମାନ କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ ।
ସୂଚନାଥାଉ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଫେବ୍ରୁଆରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ସେପ୍ଟେମ୍ବର 13 ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି । ଜେଲରୁ ବାହାରିବାର ଗୋଟିଏ ଦିନ ପରେ କେଜ୍ରିୱାଲ ନିଜ ଇସ୍ତଫା ନେଇ ବଡ଼ ଘୋଷଣା କରିଥିଲେ । ସେ କହିଥିଲେ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ।












Click it and Unblock the Notifications