Atishi Press Conference: ବିଜେପିରେ ଯୋଗ ଦିଅ ନଚେତ୍ ଗିରଫ କରାଯିବ: ଆପ୍ ନେତ୍ରୀ ଅତିଶୀ
Atishi Press Conference: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏକ ବଡ଼ ଦାବି କରିଛନ୍ତି । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେପି ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ବିଜେପି ତାଙ୍କୁ ଏକ ଅଫର ଦେଇଛି, ତାଙ୍କ ଅତି ନିକଟତର ବ୍ୟକ୍ତିଙ୍କ ମାଧ୍ୟମରେ ଦଳରେ ଯୋଗଦେବା ପାଇଁ ବିଜେପି ତାଙ୍କ ପାଖରେ ପ୍ରସ୍ତାବ ରହିଛି ।

ଅତିଶୀ କହିଛନ୍ତି, 'ମୋତେ କୁହାଯାଇଛି ଯେ, ମୋର ରାଜନୈତିକ କ୍ୟାରିଅରକୁ ବିଜେପିରେ ଯୋଗ ଦେଇ ବଞ୍ଚାଇବାକୁ, ଯଦି ମୁଁ ଦଳରେ ଯୋଗ ନ ଦେବି, ତେବେ ଆସନ୍ତା ମାସରେ ମୋତେ ଇଡି ଗିରଫ କରିବ। ସେ ଆହୁରି କହିଛନ୍ତି, ପ୍ରଥମେ ସେମାନେ ଅର୍ଥାତ୍ ବିଜେପି ଆମ୍ ଆଦମୀ ପାର୍ଟିର ବଡ଼ ନେତା ମାନଙ୍କୁ ଗିରଫ କରି ଜେଲରେ ରଖିଲେ । ପ୍ରଥମେ ସତ୍ୟନ୍ଦ୍ର ଜୈନ, ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି।
Senior AAP Leader and Minister @AtishiAAP Addressing an Important Press Conference l LIVE https://t.co/N6FA8olWp8
— AAP (@AamAadmiParty) April 2, 2024
ଦିଲ୍ଲୀ ମନ୍ତ୍ରୀ ଆତିଶୀ ଆହୁରି କହିଛନ୍ତି, ବର୍ତ୍ତମାନ ବିଜେପି ଆସନ୍ତା ଦୁଇ ମାସ ମଧ୍ୟରେ ଆମ୍ ଆଦମୀ ଦଳର ଆଉ ଚାରିଜଣ ନେତାଙ୍କୁ ଗିରଫ କରିବାର ଯୋଜନା କରିଛି । ସେମାନେ ଏହା ପରେ ମୋତେ, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ ଏବଂ ରାଘବ ଚଢାଙ୍କୁ ଗିରଫ କରିପାରନ୍ତି । ସେମାନେ ଭାବୁଥିଲେ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ବିଚ୍ଛିନ୍ନ ହୋଇଯିବ ।
ଆତୀଶି ଏହା ମଧ୍ୟ କହିଛନ୍ତି ଯେ, ରବିବାରର ରାମଲିଲା ମୈଦାନ ରାଲି ପରେ ବିଜେପି ବର୍ତ୍ତମାନ ଅନୁଭବ କରି ସାରିଛି ଯେ, ଆମ୍ ଆଦମୀ ଦଳର ବରିଷ୍ଠ ନେତାଙ୍କୁ ଗିରଫ କରିବା ପର୍ଯ୍ୟାପ୍ତ ନୁହେଁ, ସେଥିପାଇଁ ଦଳର ଆହୁରି ୪ ଜଣ ବରିଷ୍ଠ ନେତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଛି । ଏପରିକି ଆଗାମୀ ଦିନରେ ମୋ ଘର, ମୋର ସମ୍ପର୍କୀୟ ଏବଂ ଘନିଷ୍ଠ ଲୋକଙ୍କ ଘରେ ମଧ୍ୟ ଚଢାଇ କରାଯିବ । ହେଲେ ଆମେ ଭୟ କରିବୁ ନାହିଁ ।












Click it and Unblock the Notifications