ସମସ୍ତଙ୍କ ସାମ୍ନାରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ...
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଭାବପ୍ରବଣ ହୋଇପଡିଛନ୍ତି। ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ ଅସୁସ୍ଥ ଅଛନ୍ତି ଯେ ସେ ପାରନ୍ତି ନାହିଁ। ନିର୍ବାଚନ ପାଇଁ ଲୋକେ ଏତେ ତଳକୁ ଖସି ଯାଇ ବୃଦ୍ଧ ବ୍ୟକ୍ତିଙ୍କୁ ଗାଳି କରିବା ସହିତ ଦୁର୍ବ୍ୟବହାର କରନ୍ତି ।
ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, "ମୋ ବାପା ତାଙ୍କ ଜୀବନରେ ଜଣେ ଶିକ୍ଷକ ଭାବେ କାମ କରିଥିଲେ। ଏବେ ସେ ବିନା ସାହାରାରେ ଚାଲି ମଧ୍ୟ ପାରୁ ନାହାନ୍ତି। ନିର୍ବାଚନ ପାଇଁ ସେ (ବିଧୁରୀ) ଏତେ ତଳକୁ ଖସି ଯାଇଛନ୍ତି। ନିର୍ବାଚନ ପାଇଁ ସେ ଜଣେ ବୃଦ୍ଧଙ୍କୁ କଟାକ୍ଷ କରିଛନ୍ତି।

କ'ଣ ଏ ଦେଶର ରାଜନୀତି ଏତେ ତଳକୁ ଖସି ଯାଇଛି? ମୁଁ ଆଦୌ ଏହାକୁ ବିଶ୍ୱାସ କରିପାରୁ ନାହିଁ। ସେ ଭୋଟ ପାଇଁ ମୋ ବୟସ୍କ ବାପାଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରୁଛନ୍ତି।" ଏସବୁ କହିବା ବେଳେ ଆତିଶୀ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ ସର୍ବସମ୍ମୁଖରେ କାନ୍ଦିବି ପକାଇଥିଲେ।
ରମେଶ ବିଧୁରୀ ବିଜେପି ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାଙ୍କୁ ବିଜେପି କାଲକାଜି ଆସନରୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କର ଲଢ଼େଇ ଆତିଶୀଙ୍କ ସହ ହେଉଛି। ରବିବାର ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ବିଧୁରୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଟାର୍ଗେଟ କରିଥିଲେ।
ସୋସିଆଲ ମିଡିଆରେ ରମେଶ ବିଧୁଡ଼ିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳୁଛି।
ବିଧୁଡ଼ି କହିଛନ୍ତି,' ଯେ ଆତିଶି ମର୍ଲେନାରୁ ସିଂ ହୋଇଥିଲେ। ଅରବିନ୍ଦ କେଜ୍ରିୱାଲ ପିଲାମାନଙ୍କ ମୁଣ୍ଡରେ ହାତ ରଖି ଶପଥ ନେଇଥିଲେ ଯେ ସେ କଂଗ୍ରେସ ସହ ଯିବେ ନାହିଁ ପିଲାଙ୍କୁ ସୁରକ୍ଷା ଦେବେ । ଏହି କ୍ରମରେ ଦେଖିବାକୁ ଗଲେ ଆତିଶି ତାଙ୍କ ବାପାଙ୍କୁ ହିଁ ବଦଳାଇ ଦେଇଛନ୍ତି। ଏହା ହେଉଛି ତାଙ୍କର ଚରିତ୍ର ।'












Click it and Unblock the Notifications