ଆପ୍ କଂଗ୍ରେସ ସହିତ ମେଣ୍ଟ କଲେ ଗିରଫ ହେବେ କେଜ୍ରିୱାଲ୍‌, ଏଭଳି ବଡ଼ ଦାବି କଲେ ଏହି ନେତା

ନୂଆଦିଲ୍ଲୀ: କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଲୋକସଭା ଆସନ ବୁଝମଣା ନେଇ ଦିଲ୍ଲୀରେ ଆଲୋଚନା ଚାଲିଛି । ସେପଟେ ଦିଲ୍ଲୀ ମନ୍ତ୍ରୀ ଅତୀସ ଏକ ବଡ ଦାବି କରିଛନ୍ତି । ସେ ଦାବି କରିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ନେତାମାନେ ଏକ ମେସେଜ ପାଇଛନ୍ତି ଯେ ଯଦି ସେମାନେ ଇଣ୍ଡିଆ ଗଠବନ୍ଧନର ଦଳ ଛାଡନ୍ତି ନାହିଁ, ତେବେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି-ସିବିଆଇ ପକ୍ଷରୁ ନୋଟିସ ମିଳିବ ଏବଂ ଗିରଫ କରାଯିବ ।

ସେ ଆହୁରି କହିଛନ୍ତି, ଇଣ୍ଡିଆ ଗଡବନ୍ଧନରେ ଆସନ ବାଣ୍ଟିବା ପ୍ରସଙ୍ଗ ପ୍ରାୟ ନିଶ୍ଚିତ ।ଏପେଟ ଆମ ଆଦମୀ ପାର୍ଟି ନେତାମାନଙ୍କୁ ଏକ ବାର୍ତ୍ତା ପଠାଯାଇଛି ଯେ ଯଦି ସେମାନେ କଂଗ୍ରେସ ସହ ସହମତ ହୁଅନ୍ତି, ତେବେ ଅରବିନ୍ଦ କେଜ୍ରିୱାଲ ଇଡି ଏବଂ ସିବିଆଇରୁ ନୋଟିସ ପାଇବେ ଏବଂ ତାଙ୍କୁ ୩-୪ ଦିନ ମଧ୍ୟରେ ଗିରଫ କରାଯିବ । ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଏହା ହେଉଛି ଏକ ଗଣତନ୍ତ୍ର ଯେଉଁଥିରେ କେହି କମିଟି ଗଠନ କରିପାରିବେ । ଯଦି ଆପଣ ଏହି ଧମକ ସହିତ ଆମକୁ ଭୟଭୀତ କରିପାରିବେ, ତେବେ ଆମେ ମଧ୍ୟ ଜେଲ ଯିବାକୁ ଭୟ କରୁନାହୁଁ ।

arvind kejriwal

ଦିଲ୍ଲୀ ମନ୍ତ୍ରୀ ଦାବି କରିଛନ୍ତି ଯେ ଦଳର କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଏକ ବାର୍ତ୍ତା ପଠାଯାଉଛି ଯେ ଯଦି ସେ କଂଗ୍ରେସ ସହ ମେଣ୍ଟ କରନ୍ତି ତେବେ ଶନିବାର କିମ୍ବା ରବିବାର ପରେ କେଜ୍ରିୱାଲଙ୍କୁ ଗିରଫ କରାଯିବ । ଆତିଶି ଆହୁରି କହିଛନ୍ତି ଯେ ଦିଲ୍ଲୀରେ ଆମର ମିଳିତ ମଞ୍ଚ ଚୂଡାନ୍ତ ହେବାକୁ ଯାଉଛି । ଖୁବ୍ ଶୀଘ୍ର ଘୋଷଣା କରାଯିବ । ବର୍ତ୍ତମାନ ମିଳିତ ମଞ୍ଚ ଘୋଷଣା ହେବାକୁ ଯାଉଥିବାରୁ ଏଭଳି ଧମକ ଆସୁଛି ।

ଯେତେବେଳେ ଅତିଶିଙ୍କୁ ଦିଆଯାଇଥିବା ପ୍ରମାଣ ବିଷୟରେ ପ୍ରଶ୍ନ ପଚରାଯାଥିଲା , ସେତେବେଳେ ସେ କହିଥିଲେ ଯେ କେହି ରେକର୍ଡ଼ର ନେଇ ବୁଲୁନାହନ୍ତି , ଯେକି ତୁରନ୍ତ ରେକର୍ଡ କରିବେ । ସମସ୍ତଙ୍କ କଥାବାର୍ତ୍ତା ରେକର୍ଡ କରିବା ସମ୍ଭବ ନୁହେଁ, ଆମେ ଜନ ପ୍ରତିନିଧୀ, ଆମେ ଅନେକ ଲୋକଙ୍କୁ ଭେଟିଥାଉ, ଆମେ ସମସ୍ତଙ୍କ କଥାବାର୍ତ୍ତା ରେକର୍ଡ କରିପାରିବୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+