ଉମେଶ ପାଲ୍ ହାତ୍ୟା ମାମଲା:ସାବରମତୀ ଜେଲରୁ ପ୍ରାୟଗରାଜକୁ ସ୍ଥାନାନ୍ତର ହେଲା ଆତିକ୍ ଅହମଦ୍

ପ୍ରୟାଗରାଜ: ପୂର୍ବତନ ସାଂସଦ ତଥା ମାଫିଆ ଅତୀକକୁ ଅହମ୍ମଦକୁ ଧରିବା ପାଇଁ ଗୁଜରାଟର ସାବରମତୀ ଜେଲରେ ପହଞ୍ଚିଛି ୟୁପି ପୋଲିସ । ପୋଲିସ ଭୟରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ସାଜିଥିବା ଆତିକ୍ ଅହମଦଙ୍କ ଭୟଭୀତ । ଆତିକ୍ ଅହମଦଙ୍କ ପରିବାର ଲୋକେ ମଧ୍ୟ ଗୁଜରାଟରୁ ଉତ୍ତରପ୍ରଦେଶ ଆଣିବା ପାଇଁ ବିରୋଧ କରୁଥିଲେ । ତେବେ ଆଶଙ୍କା କରାଯାଉଛି ଯେ, ଗ୍ୟାଙ୍ଗଷ୍ଟର ଆତିକର ଏନକାଉଣ୍ଟର କରାଯାଇ ପାରେ ବୋଲି ।
ମାଫିଆ ଆତୀକ ଅହମ୍ମଦଙ୍କୁ ପ୍ରୟାଗରାଜ ଜେଲରେ ଥିବା କଡା-ସୁରକ୍ଷା ମଧ୍ୟରେ ରଖାଯିବ । ଏହା ସହିତ ଆତୀକ ରହିବା କକ୍ଷରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯିବ । ଏହା ବ୍ୟତୀତ ଜେଲ କର୍ମଚାରୀଙ୍କୁ ସେମାନଙ୍କ ରେକର୍ଡ ଆଧାରରେ ଚୟନ କରାଯିବ ଏବଂ ସୁରକ୍ଷା ପାଇଁ ସେମାନଙ୍କ ଶରୀରରେ କ୍ୟାମେରା ଲଗାଯିବ । ପ୍ରୟାଗ ଜେଲ କାର୍ଯ୍ୟାଳୟ ଏବଂ ଜେଲ ମୁଖ୍ୟାଳୟ ଭିଡିଓ ୱାଲ୍ ମାଧ୍ୟମରେ ଘଣ୍ଟା ଘଣ୍ଟା ନଜର ରଖିବେ । ପ୍ରୟାଗ ଜେଲରେ ଥିବା ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଡିଜିଙ୍କୁ ଜେଲ ମୁଖ୍ୟାଳୟକୁ ପଠାଯାଉଛି ।
ସୂଚନାଥାଉ ଯେ, ଉମେଶ ପାଲଙ୍କ ଅପହରଣ ମାମଲାରେ ୨୦୦୬ ମାର୍ଚ୍ଚ ୨୮ରେ ପ୍ରୟାଗରାଜ କୋର୍ଟ ଆତୀକଙ୍କ ବିରୋଧରେ ଶୁଣାଣି ହୋଇଥିଲା । ଯେଉଁଥିରେ ସେ ଦୋଷି ସାବ୍ୟସ୍ତ ହୋଇଥିଲେ । ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କୁ ୨୦୦୬ରେ ଅପହରଣ କରାଯାଇଥିଲା । ୨୦୦୭ରେ ଆତୀକ ଏବଂ ତାଙ୍କ ଭାଇ ଅଶରଫଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିଲା । ଯାହା ପରେ ସେହି ବର୍ଷ ଫେବ୍ରୁଆରୀ ମାସ ୨୪ ତାରିଖରେ ଉମେଶ ପାଲଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଥିଲା ।












Click it and Unblock the Notifications