ଅତିକ ଅହମଦକୁ ଗୁଳିକରି ହତ୍ୟା:ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କଲେ ସରକାର
Crime story:ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ କ୍ୟାମେରା ସାମ୍ନାରେ ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ଅତିକ ଅହମଦକୁ ଗୁଳିକରି ହତ୍ୟା କରାଯାଇଛି । ଗୁଳିମାଡ଼ରେ ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ମୃତ୍ୟୁ ଘଟିଛି । ପ୍ରୟାଗରାଜରେ ମେଡିକାଲ ନିଆଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଉଭୟ ଗୁଳିମାଡ଼ର ଶିକାର ହୋଇଛନ୍ତି । ଯାହା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କଲେ ସରକାର ।
କଡ଼ା ସୁରକ୍ଷା ଭିତରେ ଅତିକ ଅହମଦ ଓ ତାଙ୍କ ଭାଇକୁ ପ୍ରୟାଗରାଜର ଏକ ଡାକ୍ତରଖାନାକୁ ମେଡିକାଲ ଚେକଅପ୍ ପାଇଁ ନିଆ ଯାଇଥିଲା । ପୋଲିସ ଓ ମିଡିଆ ମଧ୍ୟ ଚାରି ପଟୁ ଘେରି ରହିଥିଲା । ଗଣମାଧ୍ୟମକୁ ବାଇଟ୍ ଦେବା ବେଳେ କ୍ୟାମେରା ସାମ୍ନାରେ କିଛି ଯୁବକ ଅତିକ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳର ଟଳିପଡିଥିଲା ଗ୍ୟାଙ୍ଗଷ୍ଟାର ଅତିକ ଓ ତା ଭାଇ ।

ଗଣମାଧ୍ୟମ ପ୍ରତିନିଧି ବେଶରେ ଆସି ଗ୍ୟାଙ୍ଗଷ୍ଟାରକୁ ହତ୍ୟା କରିଥିବା ତିନି ୩ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଜାଞ୍ଚ ଆରମ୍ଭ କରିଛି । ସେହିପରି ଏହି ଘଟଣାରେ ଜଣେ ସାମ୍ବାଦିକ ଏବଂ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ରହିଛି ।
ଡନ୍ ଅତିକ ଓ ଭାଇ ଆଶ୍ରଫକୁ ହତ୍ୟା ପରେ ୟୁପିରେ ୧୪୪ ଧାରା ଜାରି କଲେ ସରକାର । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଡ୍ୟୁଟିରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଥାଉକି, ଏପ୍ରେଲ ୧୩ (ଗୁରୁବାର) ଦିନ, ୟୁପି ସ୍ପେଶାଲ ଟାସ୍କ ଫୋର୍ସ ଏନକାଉଣ୍ଟରରେ ଅତିକ୍ ଅହମ୍ମଦର ପୁଅ ଅସାଦ ଅହମ୍ମଦ ଏବଂ ସୁଟର ମହମ୍ମଦ ଗୁଲାମକୁ ହତ୍ୟା କରାଯାଇଥିଲା । ଉମେଶ ପାଲ ହତ୍ୟା ମାମଲା ପରେ ଉଭୟ ଫେରାର୍ ଥିଲେ । ପୋଲିସ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।












Click it and Unblock the Notifications