କିଏ ନାରାୟଣ ସକର ହରି ଭୋଲେ ବାବା, ଯାହାଙ୍କ ସତସଙ୍ଗରେ ଯୋଗଦେଇ ଚାଲିଗଲା ଅନେକ ଜୀବନ
Hathras Stampede: କିଏ ନାରାୟଣ ସକର ହରି ଭୋଲେ ବାବା, ଯାହାଙ୍କ ସତସଙ୍ଗରେ ଯୋଗଦେଇ ଚାଲିଗଲା ଅନେକ ଜୀବନ ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ, ଉତ୍ତରପ୍ରଦେଶ ଇଟାହ ଜିଲ୍ଲାର ବାହାଦୂର ନଗରୀ ଗାଁର ବାବା ନାରାୟଣ । ସେ ବାବା ହେବା ପୂର୍ବରୁ ପୋଲିସ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଥିଲେ । ପରେ ସେ ଚାକିରି ଛାଡି ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରିଥିଲେ ।
୨୦୨୨ ମସିହାରେ ଉତ୍ତରପ୍ରଦେଶର ଫାରୁକାବାଦରେ ପ୍ରଥମଥର ତାଙ୍କ ସତସଙ୍ଗର ଆୟୋଜନ କରାଯାଇଥିଲା । ଉକ୍ତ ସମୟରେ ମାତ୍ରା ୫୦ ଲୋକଙ୍କୁ ସତସଙ୍ଗରେ ପ୍ରବେଶ କରିବାର ଅନୁମତି ମିଳିଥିଲା । ହେଲେ ସତେବେଳେ ସଭାରେ ୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ଯେଉଁଥି ପାଇଁ ଉକ୍ତ ସମୟରେ ମଧ୍ୟ ଆୟୋଜକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲା ଜିଲ୍ଲା ପ୍ରଶାସନ ।

ଉତ୍ତରପ୍ରଦେଶର, ହରିଆଣା, ରାଜସ୍ଥାନ,ଦିଲ୍ଲୀ ପରି ସହରରେ ବାବାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ସେହିପରି ପ୍ରତି ମଙ୍ଗଳବାର ଉତ୍ତରପ୍ରଦେଶ ଆଲିଗଡ଼ରେ ଏହି ବାବାଙ୍କର ସତସଙ୍ଗ ହୋଇଥାଏ । ନାରାୟଣ ସକର ହରି ଭୋଲେ ବାବା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି ।
ହାଥରସ ସତସଙ୍ଗରେ ହୋଇଥିବା ଅଘଟଣ ମାମଲା ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଛି, ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ଚିଠି, ଓକିଲ ଗୌରବ ଦ୍ୱିବେଦୀ ପ୍ରଧାନ ବିଚାରପତି ଅରୁଣ ଭନସାଲୀଙ୍କ ନିକଟକୁ ଚିଠି ପଠାଇ ଏହି ଘଟଣାର ସିବିଆଇ କିମ୍ବା ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଏହି ଘଟଣାର ଦାୟୀ ଅଧିକାରୀଙ୍କୁ ନିଲମ୍ବନ କରିବା ଏବଂ ୧୨୧ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
ସୂଚନା ଅନୁସାରେ, ଏହି ଘଟଣା ଘଟିବା ପରେ ବାବା ସେହି ସ୍ଥାନ ଛାଡି ଚାଲିଯାଇଥିଲେ, ସେଥିପାଇଁ ତାଙ୍କ ନାମ ଏଫ୍ଆଇଆର୍ ରେ ନାହିଁ, ଏଭଳି ଘଟଣାରେ ସଂଗଠକଙ୍କ ଭୂମିକା ଅଧିକ ରହିଥାଏ ପ୍ରଚାରକଙ୍କର ନଥାଏ, କେତେ ଲୋକମାନେ ଆସିବେ, ସେମାନେ କିପରି ବସିବେ, ସେମାନେ କେଉଁଠାରେ ଠିଆ ହେବେ ଏ ସମସ୍ତ ବ୍ୟବସ୍ଥା ଆୟୋଜକ କରିଥାନ୍ତି । ଯେଉଁଥି ପାଇଁ ବାବାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ ।












Click it and Unblock the Notifications