ପୁଣି ବାହା ହେବେ ଆଇଏଏସ ଅଫିସର ଅଥହର ଆମିର ଖାନ
ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଆଇଏଏସ ଅଫିସର ଅଥହର ଆମିର ଖାନ। ନିକଟରେ ବିବାହ ବନ୍ଧନର ବାନ୍ଧି ହୋଇଛନ୍ତି ପୂର୍ବ ପତ୍ନୀ ଟିନା ଡାବି। ତଙ୍କ ବିବାହର ମାସକ ପରେ ସେ ଦ୍ୱିତୀୟ ଥର ବିବାହ କରିବେ ବୋଲି ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଆଇଏଏସ ଅଫିସର ଅଥହର ଆମିର ଖାନ। ନିକଟରେ ବିବାହ ବନ୍ଧନର ବାନ୍ଧି ହୋଇଛନ୍ତି ପୂର୍ବ ପତ୍ନୀ ଟିନା ଡାବି। ତଙ୍କ ବିବାହର ମାସକ ପରେ ସେ ଦ୍ୱିତୀୟ ଥର ବିବାହ କରିବେ ବୋଲି ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଆମିର ଜଣେ ଡାକ୍ତର ଙ୍କୁ ବିବାହ କରୁଥିବା ନେଇ ସୂଚନା ଦେଇଛନ୍ତି।

2015-16 ବ୍ୟାଚର ଟପ୍ପର ଆଇଏଏସ ଟିନା ଦାବିଙ୍କୁ କିଏ ବା ନଜଣନ୍ତି। ସେ 2018ରେ ଆଇଏଏସ ଅଫିସର ଅଥହର ଆମିର ଖାନଙ୍କୁ ପ୍ରେମ ବିବାହ କରିଥିଲେ। ଏହି ବିବାହ କୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ ବେଶୀ ଦିନ ଏହି ବନ୍ଧନ ରହି ପାରିଲା ନାହିଁ। ବର୍ଷେ ତଳେ ଉଭୟଙ୍କ ଛାଡପତ୍ର ହୋଇଛି। ଆମିରଙ୍କ ଠାରୁ ଅଲଗା ହେଲା ପରେ ଟିନା କିଛି ମାସ ପୂର୍ବେ 2013ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବହ କରିଛନ୍ତି। ଆଉ ଟିନାଙ୍କ ବିବାହ ପରେ ଆମିର ମଧ୍ୟ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀନଗରର ଡାକ୍ତର ମହରୀନ କାଜିଙ୍କ ସହ ଆମିରଙ୍କ ନିର୍ବନ୍ଧ ସରିଛି। ରବିବାର ଆମିର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହାର ସୂଚନା ଦେଇଛନ୍ତି।
ଆମିର ବର୍ତ୍ତମାନ ଶ୍ରୀନଗରର ମୁନିସିପାଲ କମିଶନର ଭାବେ କାର୍ଯ୍ୟରତ। ସେ ଦୀର୍ଘ ସମୟ ହେବ କାଜିଙ୍କୁ ଡେଟ୍ କରୁଥିଲେ। କାଜି ବ୍ରିଟେନରେ ଉଚ୍ଚଶିକ୍ଷା ସମାପ୍ତ କରିବା ପୂର୍ବରୁ ଦିଲ୍ଲୀରେ ପଢୁଥିଲେ। ଏବେ ସେ ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନ୍ସର ସଂସ୍ଥା ଏବଂ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ଦୁହେଁ ଖୁବଶୀଘ୍ର ବିବାହ କରିବେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିବାହ ତାରିଖ ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ଏବେ ଆମିର ନିଜ ସମ୍ପ୍ରଦାୟରେ ବିବାହ କରୁଛନ୍ତି। ତେଣୁ ଆଗାମୀ ଦିନରେ ଏହାକୁ ନେଇ କୌଣସି ପାରିବାରିକ ସମସ୍ୟା ଦେଖାଦେବ ନାହିଁ। ଉଭୟଙ୍କ ନୂଆ ଜୀବନ ଆରମ୍ଭ ନେଇ ଶୁଭେଛା ଜଣାଇଛନ୍ତି ଶୁଭେଚ୍ଛୁ।












Click it and Unblock the Notifications