ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ସେ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ଛାଡିଥିବା ସୂଚନା ମିଳିଛି ।

ଆଠମଲ୍ଲିକରୁ ବିଜେଡି ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେଡି ଛାଡ଼ିବା ପରେ ରମେଶ କେଉଁ ଦଳରେ ସାମିଲ ହେବେ ସେନେଇ ସ୍ପଷ୍ଟ ସୂଚନା ନାହିଁ । ରମେଶଙ୍କ ପୂର୍ବରୁ ଗତ ୨୪ ଘଣ୍ଟା ଭିତରେ ଅର୍ଥାତ୍ ବିଜେଡିର ଦ୍ୱିତୀୟ ପ୍ରର୍ଥୀ ତାଲିକା ପ୍ରକାଶ ପାଇବା ପରଠାରୁ ବିଜେଡିକୁ ବାଏ ବାଏ କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜଗତସିଂପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଏବଂ ଭଦ୍ରକ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ।












Click it and Unblock the Notifications