୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ । ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
୨୦୩୦-୩୧ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ ଏବଂ ଏଥିପାଇଁ ସରକାର ନିମ୍ନ ସହାୟତା ଯୋଗାଇ ଦେବେ:
-ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚାଇବା ଲାଗି ପ୍ରଚାରପ୍ରସାର ଏବଂ ବିକାଶ କାର୍ଯ୍ୟକଳାପ କରାଯିବ । ଏଥିରେ ସଚେତନତା ଏବଂ କ୍ଷମତା ନିର୍ମାଣ ସାମିଲ ରହିବ ।
-ଯୋଜନାର ବ୍ୟବହାରିକ ଆବଶ୍ୟକତା ପୂରଣ କରିବା ଏବଂ ଏହାକୁ ନିରନ୍ତର ଭାବେ ଜାରି ରଖିବା ଲାଗି ନିଅଣ୍ଟ ଭରଣା ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ ।
କମ୍ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ସୁନିଶ୍ଚିତ ହେବ ।
ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ମିଳିବା ସହିତ ଭାରତ ଏକ ପେନସନ ଆଧାରିତ ସମାଜ ରୂପେ ପରିଣତ ହୋଇପାରିବ ।
କ୍ରମାଗତ ସାମାଜିକ ସୁରକ୍ଷା ଯୋଗାଇ ଦେଇ ବିକଶିତ ଭାରତ ୨୦୪୭ର ସଂକଳ୍ପକୁ ଏହି ଯୋଜନା ମଜବୁତ କରିବ ।

ଶୁଭାରମ୍ଭ: ୯ ମେ ୨୦୧୫ରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏପିୱାଇର ଶୁଭାରମ୍ଭ କରାଯାଇଥିଲା ।
ଯୋଜନାର ବୈଶିଷ୍ଟ୍ୟ: ଆର୍ଥିକ ଯୋଗଦାନକୁ ଆଧାର କରି ଏପିୱାଇ ୬୦ ବର୍ଷ ବୟସରୁ ପ୍ରତି ମାସରେ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାଏ ।
ଅଗ୍ରଗତି: ୧୯ ଜାନୁଆରୀ, ୨୦୨୬ ସୁଦ୍ଧା, ୮.୬୬ କୋଟିରୁ ଅଧିକ ଉପଭୋକ୍ତା ପଞ୍ଜୀକରଣ କରିଛନ୍ତି, ଯାହା ଏପିୱାଇକୁ ଭାରତର ସମାବେଶୀ ସାମାଜିକ ସୁରକ୍ଷା ଢାଞ୍ଚାର ଏକ ଆଧାର ରୂପେ ପରିଣତ କରିଛି ।
ସମ୍ପ୍ରସାରଣ ଆବଶ୍ୟକତା: ଯୋଜନାର ସ୍ଥାୟିତ୍ୱ ସୁନିଶ୍ଚିତ କରିବା ପାଇଁ ନିରନ୍ତର ସଚେତନତା, କ୍ଷମତା ନିର୍ମାଣ ଏବଂ ବ୍ୟବହାରିକ ଆବଶ୍ୟକତା ପୂରଣ ଲାଗି ନିରନ୍ତର ସରକାରୀ ସମର୍ଥନ ଅତ୍ୟନ୍ତ ଜରୁରୀ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications