କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ୭ କୋଟିରେ ପହଁଞ୍ଚିଲା ପଞ୍ଜିକରଣ, ଆପଣ ବି ଉଠାଇ ପାରିବେ ଏହାର ଫାଇଦା
ନୂଆଦିଲ୍ଲୀ: ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଏଥି ମଧ୍ୟରୁ ଗୋଟିଏ ହେଉଛି ଅଟଳ ପେନ୍ସନ୍ ଯୋଜନା, ଯାହା ନିବେଶକମାନଙ୍କୁ ଅର୍ଥନୈତିକ ଏବଂ ସାମାଜିକ ସୁରକ୍ଷା ଯୋଗାଇଥାଏ। ଏହା ହେଉଛି ସରକାରଙ୍କ ସବୁଠାରୁ ଲୋକପ୍ରିୟ ଯୋଜନା। ଏହି ଯୋଜନା ଅଧୀନରେ ପ୍ରତି ମାସରେ ୫ ହଜାର ଟଙ୍କା ପେନସନ୍ ନିଆଯାଇପାରେ। ୧୮ ରୁ ୪୦ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବେ।
ଅଟଳ ପେନ୍ସନ୍ ଯୋଜନା ଏକ ବିପଦମୁକ୍ତ ଯୋଜନା, ଯେଉଁଥିରେ ସରକାରଙ୍କ ଅବଦାନ ମଧ୍ୟ ରହିଛି। ଅଟଳ ପେନ୍ସନ୍ ଯୋଜନା PFRDA ଦ୍ୱାରା ପରିଚାଳିତ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ରୋଗ ଏବଂ ଦୁର୍ଘଟଣାରୁ ରକ୍ଷା କରିବା ଏବଂ ଏହି ଯୋଜନା ମୁଖ୍ଯତଃ ଦେଶର ଅସଂଗଠିତ କ୍ଷେତ୍ର ପାଇଁ ପ୍ରବର୍ତ୍ତିତ ହୋଇଛି।
ବର୍ତ୍ତମାନ ଏହି ଯୋଜନାରେ - ଏ.ପି.ଓ୍ବାଇ.ରେ ମୋଟ୍ ପଞ୍ଜିକରଣ ୭ କୋଟି ଅତିକ୍ରମ କରିଛି । ପେନ୍ସନ୍ ପାଣ୍ଠି ନିଆମକ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ୫୬ଲକ୍ଷରୁ ଅଧୁକ ପଞ୍ଜିକରଣ ହୋଇସାରିଛି । ଏହି ସାମାଜିକ ସୁରକ୍ଷା ଯୋଜନାରେ ଅବଦାନ ଆଧାରରେ ମାସିକ ସର୍ବନିମ୍ନ ୧ ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି । ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ସାର୍ବଜନନୀ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ଲକ୍ଷ୍ୟରେ ୨୦୧୫ ମସିହାରେ ଅଟଳ ପେନ୍ସନ୍ ଯୋଜନାକୁ ପ୍ରଣୟନ କରାଯାଇଥିଲା ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଯଦି ଆପଣ ଏହି ଯୋଜନା ଅଧୀନରେ ଯୋଗ ଦିଅନ୍ତି, ତେବେ ଆପଣଙ୍କୁ ମାସିକ, ତ୍ରୟମାସିକ ଏବଂ ଅର୍ଦ୍ଧ ବାର୍ଷିକ ଯୋଗଦାନ କରିବାକୁ ପଡିବ। ଏହି ଯୋଜନା ଅଧୀନରେ ୧ ହଜାରରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ରାଶି ଦିଆଯାଉଛି। ଧରାଯାଉ ଯଦି ଜଣେ ବ୍ୟକ୍ତି ୧୮ ବର୍ଷ ବୟସରେ ଅଟଳ ପେନ୍ସନ୍ ଯୋଜନାରେ ଯୋଗ ଦିଅନ୍ତି ଏବଂ ପ୍ରତି ମାସରେ ୨୧୦ ଟଙ୍କା ଅର୍ଥାତ୍ ପ୍ରତିଦିନ ୭ ଟଙ୍କା ବିନିଯୋଗ କରନ୍ତି, ତେବେ ଅବସର ପରେ ତାଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ମିଳିବ। ଏଥି ସହିତ, କ୍ୱାର୍ଟରରେ ୬୨୬ ଟଙ୍କା ଏବଂ ଅଧା ବର୍ଷରେ ୧୨୩୯ ଟଙ୍କା ବିନିଯୋଗ କରିବାକୁ ପଡିବ।












Click it and Unblock the Notifications