Get Updates
Get notified of breaking news, exclusive insights, and must-see stories!

ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି: ଯାହାଙ୍କ ପ୍ରଶଂସା କରି ରହି ପାରୁ ନଥିଲେ ବିରୋଧୀ, ସଂସଦରେ ପିଠି ଥାପୁଡାଇ ଥିଲେ ନେହେରୁ

ଲୋକସଭାର ପଛଧାଡିରେ ବସିଥିଲେ । ଗମ୍ଭୀର ଆଲୋଚନା ଚାଲିଥିଲା ଚୀନ୍‌ର ଅନୁପ୍ରବେଶ ଭଳି ଗୁରୁତ୍ଵପୂର୍ଣ ବିଷୟରେ । ଦୀର୍ଘ ସମୟ ପରେ ପାଳି ପଡିଲା ବକ୍ତବ୍ଯ ରଖିବାକୁ । ଜଣେ ଯୁବ ସାଂସଦ ବଜ୍ର ଗମ୍ଭୀର ସ୍ବରରେ ସମାଲୋଚନା କଲେ ସିଧା ପ୍ରଧାନମନ୍ତ୍ରୀଙ୍କୁ । ତାଙ୍କର ବଳିଷ୍ଠ ତର୍କ ଆଗରେ ସ୍ବବ୍ଧ ହେଲା ସମଗ୍ର ସଂସଦ ।

ଗୃହର ବିରତି ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଉକ୍ତ ଯୁବକଙ୍କୁ ପାଖକୁ ଡାକିଲେ । ପିଠି ଥାପୁଡାଇ ଖୁସି ବ୍ୟକ୍ତ କଲେ, କହିଲେ ଏହି ଯୁବକ ଦିନେ ନେତୃତ୍ବ ନେବ ସମଗ୍ର ଭାରତର। ନେହେରୁଙ୍କ କଥା ସତ ହେଲା । ବିରୋଧୀଙ୍କ ମୁହଁରେ ପ୍ରଶଂସାର ଶବ୍ଦ ସ୍ଫୁରିତ କରାଇବାରେ ସକ୍ଷମ ଏହି ଯୁବକ ଥିଲେ ଅଟଳ ବିହାରୀ ବାଜପେୟୀ ।

ତତ୍କାଳୀନ ପରିସ୍ଥିତିକୁ ବଖାଣିବା ପାଇଁ ଅଟଳ ସାହାଯ୍ଯ ନେଇଥିଲେ କବିତାର । ତେବେ ଜଟୀଳ ପରିସ୍ଥିତିରେ ମଧ୍ଯ ନିଜ ସିଦ୍ଧାନ୍ତରେ ଅଟଳ ରହୁଥିଲେ ଅଟଳ ବିହାରୀ । "କାଲ୍ କେ କପାଲ୍ ପର୍ ଲିଖ୍‌ତା ମିଟାତା ହୁଁ, ହାର୍ ନେହିଁ ମାନୁଙ୍ଗା" ଭଳି କବିତା ଲେଖି ବିପ୍ଲବର ବହ୍ନି ପ୍ରଜ୍ବଳିତ କରିଥିଲେ ଅଟଳ ।

Atal Bihari Vajpayee

ରାଜନୀତିର ସାମ୍ରାଜ୍ୟରେ ବାଜପାୟୀ ଥିଲେ ଅଜାତ ଶତ୍ରୁ। ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କର ନୀତିକୁ ଦଳମତ ନିର୍ବିଶେଷରେ ସମ୍ମାନ ଦେଉଥିଲେ ସମକାଳୀନ ନେତାଗଣ। ବାଜପାୟୀଙ୍କ ଉଦାର ହୃଦୟ ଓ ଶାଳିନ ବ୍ୟବହାର ତାଙ୍କୁ ସମସ୍ତଙ୍କ ପ୍ରୀୟପାତ୍ର କରିବାରେ ସକ୍ଷମ ହୋଇଥିଲା। ସେ ନିଜ ବିରୋଧୀଙ୍କୁ ମଧ୍ଯ ସ୍ନେହପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଥିଲେ।

ପ୍ରଧାନମନ୍ତ୍ରୀ ଥିବା ବେଳେ ବାଜପାୟୀଙ୍କୁ "ରାଇଟ୍ ମେନ୍, ଇନ୍ ଏ ରଙ୍ଗ୍ ପାର୍ଟି" ବୋଲି ବିରୋଧୀ ସମାଲୋଚନା କରୁଥିଲେ। ଅର୍ଥାତ୍, ବାଜପାୟୀଙ୍କ ଦଳକୁ ବିରୋଧ କଲେବି, ବାଜପାୟୀଙ୍କୁ କେହି ବିରୋଧ କରୁନଥିଲେ। ଭାରତୀୟ ରାଜନୀତିର ଇତିହାସରେ ଏହା ଏକ ବିରଳ ଘଟଣା ଅଟେ।

ସାଇକେଲ୍‌ ଯୋଗେ ନିର୍ବାଚନ ପ୍ରଚାର:

ଉତ୍ତରପ୍ରଦେଶର ବଳରାମପୁର ଆସନ ହେଉ କିମ୍ବା ମଧ୍ୟପ୍ରଦେଶର ଗୋଆଲିୟର ଆସନ ହେଉ, ନିର୍ବାଚନ ପ୍ରଚାର ପାଇଁ ଅର୍ଥର ଆଶ୍ରୟ ନେଉ ନଥିଲେ ବାଜପାୟୀ । ବଳରାମପୁର ଆସନରେ ସାଇକେଲ ମାଧ୍ୟମରେ ଗାଁକୁ ଗାଁ ଯାଇ ଭୋଟ୍ ମାଗୁଥିଲେ ବାଜପାୟୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+