ବାଂଲାଦେଶରେ ପୁଣିଥରେ ସଂରକ୍ଷଣ ବିରୋଧୀ ହିଂସା; ଗଲାଣି ୯୧ ଜଣଙ୍କ ଜୀବନ

ବାଂଲାଦେଶରେ ପୁଣିଥରେ ସଂରକ୍ଷଣ ବିରୋଧୀ ହିଂସା ଉଗ୍ର ରୂପ ନେଇଛି । ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ଓ ‌ସଂରକ୍ଷଣ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଭୀଷଣ ହିଂସା ଯୋଗୁଁ ୧୧ଟି ଜିଲ୍ଲାରେ ୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।

ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏକ ଜରୁରୀ ଜାତୀୟ ସୁରକ୍ଷା ବୈଠକ ଡକାଇଥିଲେ। ଏଥିରେ ପୁଲିସ, ପଦାତିକ ବାହିନୀ, ନୌସେନା, ବାୟୁସେନା ଏବଂ ଅନ୍ୟ ଅର୍ଦ୍ଧସାମରିକ ବଳର ପଦାଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଦଙ୍ଗାକାରୀଙ୍କ ଚାପରେ ବଶବର୍ତ୍ତୀ ନହେବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

ଦଙ୍ଗାକାରୀଙ୍କୁ କଠୋର ହସ୍ତରେ ଦମନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଦଙ୍ଗାକାରୀଙ୍କୁ 'ଆତଙ୍କବାଦୀ' ବୋଲି ଅଭିହିତ କରିଛନ୍ତି। ଆଜିର ସଦ୍ୟ ହିଂସା ପଛରେ ପ୍ରତିବନ୍ଧିତ ଜମାତ୍‌ ଏ ଇସଲାମୀ ଓ ସେମାନଙ୍କ ଛାତ୍ର ସଂଗଠନ ସମ୍ପୃକ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Bangladesh protesters

ପ୍ରମୁଖ ବିରୋଧୀ ରାଜନୈତିକ ଦଳ ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନ୍‌ପି) ସମର୍ଥିତ ଛାତ୍ରଗୋଷ୍ଠୀ ଓ ସମର୍ଥକମାନେ ଶେଖ୍‌ ହସିନାଙ୍କ ଇସ୍ତଫା ଦାବି କରି ଢାକା ସମେତ ୧୩ଟି ଜିଲ୍ଲାରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାରଙ୍କୁ ଅସ‌ହଯୋଗ କରିବା ସହ ବିଦ୍ୟୁତ୍‌ ବିଲ୍‌, କର ଆଦି ପଇଠ ନକରିବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ଢାକାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ଶାହବାଗ୍‌ ଛକଠାରେ ବିକ୍ଷୋଭକାରୀମାନେ ହାତରେ ଖଣ୍ଡା, ବୋମା ଓ ବନ୍ଧୁକ ଆଦି ଧରି ଜାତୀୟ ରାଜପଥ ଅବରୋଧ କରିବା ସହ ଗାଡ଼ିମୋଟର ଆଦି ଭଙ୍ଗାରୁଜା କରିଥିଲେ ।

ଆନ୍ଦୋଳନକାରୀମାନେ ବଙ୍ଗବନ୍ଧୁ ଶେଖ୍‌ ମୁଜିବ୍‌ ମେଡିକାଲ୍‌ ବିଶ୍ବବିଦ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ବିକ୍ଷୋଭ ସମୟରେ ‌ସଂରକ୍ଷଣ ସମର୍ଥକ ଛାତ୍ରଗୋଷ୍ଠୀ ଓ ଶେଖ୍‌ ହସିନାଙ୍କ ଆୱାମୀ ଲିଗ୍‌ ସମର୍ଥକଙ୍କ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ପରସ୍ପର ଉପରକୁ ବୋମା ଓ ଗୁଳିମାଡ଼ କରିବାରୁ ବିସ୍ଫୋରକ ସ୍ଥିତି ଉପୁଜିଛି। ଢାକା ମୁନସିଗଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ କହିଛନ୍ତି, ବିକ୍ଷୋଭ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ସମଗ୍ର ସହର ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ଢାକା ସମେତ ବୋଗୁରା, ମଗୁରା, ପାବନା, କୋମିଲା, ବରିସଲ, ରଙ୍ଗପୁର, ସିରାଜଗଞ୍ଚ ଆଦି ୧୧ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ଏଥିରେ ୯୧ଜଣଙ୍କ ମୃତ୍ୟୁଘଟିଛି ବୋଲି ପ୍ରଶାସନ କହିଛି । ହିଂସାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଦ୍ବିତୀୟ ଥର ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+