କୁର୍ଣ୍ଣୁଲରେ ଜଳିଗଲା ବସ୍: 20ରୁ ଊର୍ଦ୍ଧ୍ବ ଯାତ୍ରୀ ଜୀବନ୍ତ ଦଗ୍ଧ
କୁର୍ଣ୍ଣୁଲରେ ଜଳିଗଲା ଯାତ୍ରୀବାହୀ ବସ୍ । 20ରୁ ଊର୍ଦ୍ଧ୍ବ ଯାତ୍ରୀ ଜୀବନ୍ତ ଦଗ୍ଧ । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ଘରୋଇ ବସ୍ କର୍ଣ୍ଣୁଲ ଜିଲ୍ଲା ଚିନ୍ନାଟେକୁର ଗାଁ ନିକଟ 44 ନମ୍ବର ଜାତୀୟ ରାଜପଥରେ ଜଳି ଯାଇଛି । ଫଳରେ 20ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏକ ବାଇକ ବସ ସହ ଧକ୍କା ହେବାରୁ ବସରେ ନିଆଁ ଲାଗି ଯାଇଥିଲା । ଫଳରେ ବସଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ବସରେ 41 ଜଣ ଯାତ୍ରୀ ଥିଲେ ।
ଜଳିଗଲା ବସ୍:
ପୋଲିସର ସୂଚନା ଅନୁଯାୟୀ, ବସଟି ଗତକାଲି ରାତି 10.30ରୁ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ବାହାରିଥିଲା । ଶୁକ୍ରବାର ଭୋର ସମୟ ପ୍ରାୟ 3.30ରେ ଘଟିଛି ଏହି ଅଘଟଣ । କର୍ଣ୍ଣୁଲର ସହର ଉପକଣ୍ଠ ଉଲିଣ୍ଡାକୋଣ୍ଡା ପଟୁ ଆସୁଥିବା ଏକ ବାଇକ ବସ୍କୁ ଧକ୍କା ଦେଇଥିଲା । ତେଲ ଟାଙ୍କିରେ ଧକ୍କା ହେବାରୁ ବସରେ ନିଆଁ ଲାଗିଯାଇଥିଲା । ଭୋର ସମୟ ହୋଇଥିବାର ପ୍ରାୟ ଯାତ୍ରୀ ନିଦ୍ରାରେ ଥିଲେ । ଅନେକ ଯାତ୍ରୀ ବସ୍ର ଝରକା ଭାଙ୍ଗି ଡେଇଁ ପଡିଥିଲେ ।

ବସରେ ଥିଲେ 41 ଯାତ୍ରୀ:
ପୋଲିସ ଡିଜି କୋୟା ପ୍ରବୀଣ କହିଛନ୍ତି, 'ବସରେ 41 ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ 2 ଜଣ ଶିଶୁ ଥିଲେ । ବର୍ତ୍ତମାନ ସୁଦ୍ଧା 11 ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏହି ଅଘଟଣରୁ 19 ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି । ତେବେ ବସରେ ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ଥିଲେ ।'
ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି X ପୋଷ୍ଟ କରି ଲେଖିଛନ୍ତି, ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ବସ୍ ଅଗ୍ନିକାଣ୍ଡ ଘଟଣାରେ ପ୍ରାଣହାନୀ ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୋଦି ଏକ୍ସ ପୋଷ୍ଟରେ ଲେଖିଛନ୍ତି, 'ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ଏହି ଦୁର୍ଘଟଣାରେ ଜୀବନହାନୀ ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା । ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ।'
ରାଜସ୍ଥାନରେ ଜଳିଥିଲା ବସ୍, ୨୦ ଯାତ୍ରୀ ମୃତ
ସୂଚନାଯୋଗ୍ୟ, ରାଜସ୍ଥାନର ଯୋଧପୁର ରାଜପଥରେ ଗତ ୨୦ ତାରିଖ ଦିନ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଥିଲେ। ଜୈସଲମେର୍ରୁ ୨୦ କିଲୋମିଟର୍ ଦୂରରେ ଅବସ୍ଥିତ ୱାର୍ ମ୍ୟୁଜିୟମ୍ ନିକଟରେ ଏକ ଘରୋଇ ବସ୍ରେ ହଠାତ ନିଆଁ ଲାଗି ଏହା ସଂପୂର୍ଣ୍ଣ ଜଳିଯାଇଥିଲା। ଘଟଣାଦିନ ବସ୍ରେ ୫୭ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ଆହତଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି, ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ବସ୍ଟି ଜୈସଲମେର୍ରୁ ଯୋଧପୁରକୁ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯାତ୍ରା କରୁଥିଲା। ବସ୍ର ପଛ ଭାଗରୁ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ପୂରା ବସ୍ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା। ପ୍ରାଥମିକ ତଦନ୍ତରୁ ବସ୍ରେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନାହିଁ।












Click it and Unblock the Notifications