ମେଲୋଡି ଦେଖୁଥିଲେ ଶତାଧିକ ଲୋକ, ଭୁଶୁଡ଼ି ପଡ଼ିଲା ଛାତ, ୧୦୦ରୁ ଅଧିକ ଲୋକେ ଆହତ

ପାଟନା : ବିହାରର ସାରଣ ଜିଲା ଇସୁଆପୁର ମେଳାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅକେଷ୍ଟ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଶହଶହ ଲୋକେ ଟିଣର ଛାତରେ ବସି ନୃତ୍ୟ ଦେଖୁଥିଲେ । ସେହି ସମୟରେ ଟିଣ ଛାତ ଖସି ପଡିଥିଲା ।ସୂଚନା ଅନୁସାରେ, ବିହାର ଛପରରେ ଚାଲିଥିବା ମହାବୀର ମେଳା ସମୟରେ ଏହି ଦୁର୍ଘଟଣା ଘଟିଛି। ମେଳାରେ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗତକାଲି ରାତିରେ ହଜାର ହଜାର ଦର୍ଶକ ମେଲୋଡି ଦେଖିବାକୁ ଉପସ୍ଥିତ ହୋଇଥିଲେ।

ମେଲୋଡ଼ିକୁ ଏତେ ଲୋକ ଆସିଥିଲେ ଯେ, ଲୋକଙ୍କୁ ଛିଡ଼ା ହେବାକୁ ବି ଜାଗା ମିଳିନଥିଲା। ଫଳରେ ଶହ ଶହ ଲୋକ ଏକ ଟିଣ ଛାତ ଉପରେ ବଶି ମେଲୋଡିର ମଜା ନେଉଥିଲେ। ଏପରିକି କିଛି ମଧ୍ୟ ଗଛରେ ଚଢି ମେଲୋଡି ଦେଖୁଥିଲେ। ଏହି ସମୟରେ ହଠାତ୍ ଟିଣ ଛାତଟି ଭୁଶୁଡ଼ି ତଳେ ଥିବା ଲୋକଙ୍କ ଉପରେ ପଡ଼ିଥିଲା। ଏଥିସହ ଛାତ ଉପରେ ବଶିଥିବା ଲୋକେ ମଧ୍ୟ କଚ୍ଚାଡ଼ି ହୋଇ ତଳେ ପଡ଼ିଥିଲେ। ଏଥିରେ ୧୦୦ରୁ ଅଧିକ ଲୋକେଲୋକ ଆହତ ହୋଇଛନ୍ତି।

At least 100 injured as balcony

ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 10 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଛାତ ଭୁଶୁଡ଼ି ପଡିବା ସମୟର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିରେ କାହାର ମୃତ୍ୟୁ ହୋଇନଥିବା ନେଇ ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+