Get Updates
Get notified of breaking news, exclusive insights, and must-see stories!

ବସ ଉପରେ ଖସିଲା ପଥର, ୧୫ ମୃତ

ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରୁ ବଡ଼ ଖବର ଆସୁଛି। ବାସ୍ତବରେ ହିମାଚଳପ୍ରଦେଶର ଝଣ୍ଡୁତା ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଆଉ ଏହି ସମୟରେ ଏକ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ ଜଣ ଯାତ୍ରା କରୁଥିଲେ। ବର୍ତ୍ତମାନ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।

ପ୍ରବଳ ବର୍ଷା ପରେ ହଠାତ୍ ପାହାଡ଼ରୁ ବଡ଼ ବଡ଼ ପଥର ଓ ମାଟି ଅତଡା ଖସି ଆସି ବସ୍ ଉପରେ ପଡ଼ିଥିଲା । ଏହି ସମୟରେ ବସରେ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଖବର ସାମନାକୁ ଆସିଛି । ଅନ୍ୟ ନିଖୋଜ ଯାତ୍ରୀଙ୍କୁ ଖୋଜିବା କରିବା ପାଇଁ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି ।

HIMACHAL pradesh

ମାଟି ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକ ରେସ୍ୟୁ ଅଭିଯାନରେ ଲାଗିଛନ୍ତି । ଏବେ ସୁଦ୍ଧା ୨ ପିଲାଙ୍କୁ ଜୀବିତ ଉଦ୍ଧାର କରାଯାଇଛି । କିଛି ଯାତ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ ପଠାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ସନ୍ତୋଷୀ ବସ୍ ମରୋତନରୁ ଘୁମାରବୀ ଯିବା ବେଳେ ଭୂସ୍ଖଳର ଶିକାର ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂହ ସୁଖୁ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ଏହି କଷ୍ଟ ସମୟରେ ରାଜ୍ୟ ସରକାର ପ୍ରଭାବିତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+