Get Updates
Get notified of breaking news, exclusive insights, and must-see stories!

ରାଜଧାନୀରେ ନିଆଁ ବର୍ଷା, ୪୭ ଡିଗ୍ରୀ ପାର୍ ହେଲା ପାରଦ

ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜଳୁଛି ଦେଶର ରାଜଧାନୀ । ଆଉ ଆଜିର ତାତି ୧୪ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ପାରା ୪୭ ଡିଗ୍ରୀ ହେଲା ପାର୍ । ୫ ଦିନ ପାଇଁ ଲୁ' ସତର୍କତା । ଗରମ ଚାଦର ତଳେ ଉତ୍ତର-ପଶ୍ଚିମ ଭାରତ । ତତଲା କଢ଼େଇରେ ଭାଜି ହେଉଛି ଦିଲ୍ଲୀ-ନୋଏଡା ସମେତ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ । ଆକାଶରୁ ନିଆଁ ବର୍ଷା ହେଉଥିବା ବେଳେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନ ଜୀବନ ।

ରାଷ୍ଟ୍ରୀୟ ରାଜଧାନୀରେ ଘରୁ ବାହାରିବା ମୁସ୍କିଲ୍ ହୋଇଗଲାଣି । ମେ' ୧୭ ତାରିଖରେ ୧୪ ବର୍ଷର ରେକର୍ଡ ଭଙ୍ଗିଛି ତାପମାତ୍ରା । ନଜଫଗଡ଼ରେ ପାରଦ ୪୭ ଡିଗ୍ରୀ ର୍ପା କରିଛି । ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୭.୪ ଡିଗ୍ରୀ ରହିଥିଲା । ହରିୟାଣାରେ ତାତିର ପ୍ରକୋପ ୪୭.୧ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା ।

summer

ରାଜସ୍ଥାନର ୧୯ଟି ସ୍ଥାନରେ, ହରିୟାଣାର ୧୮ଟି, ଦିଲ୍ଲୀର ୮ ଏବଂ ପଞ୍ଜାବର ଦୁଇଟି ସ୍ଥାନରେ ୪୫ ଡିଗ୍ରୀ ର୍ପା କରିଛି । ଆସନ୍ତା ୫ଦିନ ଯାଏ ଗରମରୁ ନିସ୍ତାର ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମ ଭାରତର ସମତଳ ଅଞ୍ଚଳ ଏବଂ ପୂର୍ବ ଏବଂ ମଧ୍ୟ-ଭାରତରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ପାଞ୍ଚ ଦିନ ଲୁ' ସତର୍କତା ଜାରି ହୋଇଛି ।

ରାଜସ୍ଥାନରେ ଆଂଶୁଘାତ ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ୧୮ ତାରିଖ ପାଇଁ ହରିୟାଣା, ପଞ୍ଜାବ, ପୂର୍ବ- ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଗୁଜରାଟରେ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାଣ୍ଡିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ବିପରୀତ ପାର୍ଶ୍ୱ ତଥା ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ମେ' ୨୩ ତାରିଖ ପର୍ଯ୍ୟନ୍ତ କାଳବୈଶଖୀ ଆଶଙ୍କା ରହିଛି । ଭୀଷଣ ଝଡ଼ ତୋଫାନ ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+