୨୦୨୫ରେ ମହାକାଶରୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ
କେବେ ଫେରିବେ ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ଏନେଇ ନାସା ସ୍ପଷ୍ଟ କରିଛି।

ଆସନ୍ତା ବର୍ଷ ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ବ୍ଲିମୋର। ଏଇ ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା।
ଏଲୋନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ୱତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। କ୍ରୁ-୯ ସହ ଏମାନେ ଫେରିବେ। ଆଉ ବିନା କ୍ରୁରେ ଅନ୍ତରୀକ୍ଷ ବିମାନ 'ଷ୍ଟାରଲାଇନର' ମହାକାଶରୁ ଫେରିବ।
ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦଜ୍ଜନକ ବୋଲି କହିଛି ନାସା। ସପ୍ତାହେ ପାଇଁ ମହାକାଶକୁ ଯାଇଥିବା ଉଭୟ ମହାକାଶଚାରୀ ଦୀର୍ଘ ୮ ମାସ ହେଲା ସ୍ପେଶ ଷ୍ଟେସନରେ ଫଶି ଯାଇଛନ୍ତି।
ସୁନୀତା ଓ ବୁଚ୍ ତ ଜୁନ୍ ୫ ତାରିଖରେ ନାସାର ବୋଇଂ 'ଷ୍ଟାରଲାଇନର'ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ଉଭୟ ଜୁନ୍ ୧୩ରେ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା। କିନ୍ତୁ 'ଷ୍ଟାରଲାଇନର'ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ଫସି ରହିଛନ୍ତି।












Click it and Unblock the Notifications