ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି। ସାକ୍ଷାତ ସମୟରେ, ଦୁହେଁ ମହାକାଶରେ ଶ୍ରୀ ଶୁକ୍ଳାଙ୍କ ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଗ୍ରଗତି ଏବଂ ଦେଶର ମହତ୍ୱାକାଂକ୍ଷୀ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ - ଗଗନଯାନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।

Subhanshu Shukla

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି ଯେ "ଶୁଭାଂଶୁ ଶୁକ୍ଳାଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି। ଆମେ ମହାକାଶରେ ତାଙ୍କର ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ପ୍ରଗତି ଏବଂ ଭାରତର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ। ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ।''

ଶୁଭାଂଶୁ ଜୁଲାଇ ୧୫ରେ ଆକ୍ସିମ-୪ ମିସନ ସମାପ୍ତ କରି ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିଥିଲେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ନିଜର ୧୮ ଦିନିଆ ରହଣି କାଳରେ ସେ ପ୍ରାୟ ୬୦ଟି ଗବେଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+