କୋଭିଶିଲ୍ଡ ଟିକାର ହେଲା ବଡ଼ ଖୁଲାସା , ଟିକା ନେଇଥିବା ଲୋକଙ୍କ ଠାରେ ଦେଖା ଦେଉଛି ଏଭଳି ଜଟିଳ ସମସ୍ୟା

ଭୁବନେଶ୍ୱର: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି । କୋର୍ଟରେ ଉପସ୍ଥାପିତ ଦଲିଲଗୁଡିକରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ, କିନ୍ତୁ ଏଭଳି ମାମଲା ସଂଖ୍ୟା ବହୁତ କମ ବୋଲି ଦାବି କରାଯାଇଛି । ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା କୋଭିଡ ଟିକା କୋଭିଶିଲ୍ଡ ଏବଂ ଭାକ୍ସାଭେରିଆ ସମେତ ଅନେକ ନାମରେ ବିକ୍ରି ହୋଇଥିଲା ।

ବର୍ତ୍ତମାନ ଏହି ଟିକା ଦ୍ୱାରା ମୃତ୍ୟୁ ସମେତ ଅନେକ ଗୁରୁତର ରୋଗ ସମ୍ପର୍କରେ ଆଷ୍ଟ୍ରା ଜେନେକା ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହାୟତାରେ ବିକଶିତ ହୋଇଥିବା ଟିକାରେ କମ୍ପାନୀ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରଖିଥିବା ଅଭିଯୋଗ ହୋଇଛି । ଏହି ଟିକାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଆଷ୍ଟ୍ରାଜେନେକା ମଧ୍ୟ ଏନେଇ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରିବା ସହ ଅଭିଯୋଗର ସତ୍ୟତାକୁ ସ୍ୱୀକାର କରିଛି ।

COVID vaccine

ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆ କାରଣରୁ ମଣିଷ ଶରୀରରେ ରକ୍ତଜମାଟ ବାନ୍ଧିବା ଏବଂ ପ୍ଲେଟଲେଟର ମାତ୍ରା ହ୍ରାସ ପାଇଥାଏ । ଏହାଦ୍ୱାରା ରୋଗୀ ଠାରେ ହୃଦଘାତ ଓ ମସ୍ତିଷ୍କାଘାତ ଭଳି ସମସ୍ୟା ଦେଖା ଦେଉଛି । ଏହା ଖୁବ ବିରଳ ବୋଲି କୋର୍ଟରେ ଦାଖଲ ତଥ୍ୟରେ କମ୍ପାନୀ ପକ୍ଷରୁ କୁହାଯାଇଥିବା ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଟିକା ନିର୍ମାଣକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଏବେ ପ୍ରମାଣିତ ହୋଇଛି ।

ସୂଚନାଯୋଗ୍ୟ, ଜାମି ସ୍କଟ ନାମକ ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ବ୍ରିଟେନ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ କହିବା ଅନୁଯାୟୀ ସେ ଏପ୍ରିଲ ୨୦୨୧ ରେ ଆଷ୍ଟ୍ରାଜେନିକା ଟିକା ଗ୍ରହଣ କରିଥିଲେ, ଯାହା ପରେ ସେ ବ୍ରେନ୍ ଡ୍ୟାମେଜ୍ ର ଶିକାର ହୋଇଥିଲେ । ସୂଚନା ଅନୁସାରେ ଜାମି ସ୍କଟଙ୍କ ସମେତ ଅନ୍ୟ ରୋଗୀଙ୍କ କ୍ଷେତ୍ରରେ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍ ସହିତ ଥ୍ରୋମ୍ବୋସିସ ନାମକ ଏକ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା ।

ଯାହାକୁ ନେଇ ବହୁଦିନ ଧରି ବ୍ରିଟେନ ହାଇକୋର୍ଟରେ ଚାଲିଥିଲା ମାମଲା ।ଏବେ ଖୋଦ କମ୍ପାନି କୋର୍ଟ ଆଗରେ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ସ୍ୱୀକାର କରିଛି । କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ଠାରେ ରକ୍ତଜମାଟ, ହୃଦଘାତ , ମସ୍ତିଷ୍କ ଘାତ ଭଳି ସମସ୍ୟା ଦେଖାଦେଇପାରେ ବୋଲି ସ୍ୱୀକାର କରିଛି ଆଷ୍ଟ୍ରାଜେନିକା କମ୍ପାନୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+