ଏକ୍ଜିଟ୍ ପୋଲ୍ ଫଳାଫଳ, ଆସନ୍ତୁ ଜାଣିବା, କେଉଁ ରାଜ୍ୟରେ କାହାର ସରକାର ?
ଆସିଲା ଏକଜିଟ୍ ପୋଲ୍ । କିଏ କରିବ କୋଉ ରାଜ୍ୟରେ ସରକାର ? ମଧ୍ୟପ୍ରଦେଶ, ଛତିଶଗଡ଼,ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ର ଏକଜିଟ୍ ପୋଲ୍ ବାହାରିଛି । ଡିସେମ୍ବର ୩ ତାରିଖ ଫଳାଫଳ ବାହାରିବ।
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକ୍ଜିଟ୍ ପୋଲ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ । ମଧ୍ୟପ୍ରଦେଶରେ ସରକାର ପାଇଁ ମ୍ୟାଜିକ୍ ନମ୍ବର ୧୧୬ ଥିବା ବେଳେ ନ୍ୟୁଜ୍ ୨୪ ମଧ୍ୟ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ ଲଗାଇଛି । ତେବେ ଟିଭି ୯ ଭାରତ ବର୍ଷା ଓ ଜନ୍କି ବାତ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି ।
ଛତିଶଗଡ଼ର ମୋଟ ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬ । 'ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ' ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରୁ ଜଣାପଡିଛି ଯେ, ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ୩୬-୪୬ଟି ଆସନ ଜିତିବା ସହ BSP ଏବଂ GGP ସମେତ ଅନ୍ୟ ଦଳ ପାଞ୍ଚଟି ଆସନ ଜିତିପାରନ୍ତି । ବିଜେପି ୩୪-୪୫ ମଧ୍ୟରେ ଆସନରେ ଜିତିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୪୨-୫୩ ଆସନରେ ଜିତିପାରେ ।
ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ମ୍ୟାଜିକ ନମ୍ବର ରହିଛି ୧୦୧ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ ।

ମିଜୋରାମରେ ୪୦ ଟି ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା । ମ୍ୟାଜିକ ନମ୍ବର ରହିଛି ୨୧ । ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଏବଂ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) କୁ ବନ୍ଦ ରଖିବାକୁ ଆଶା ରଖିଛି । ଯଦି ଆମେ ABP CVoter Mizoram Exit Poll କୁ ଦେଖିବା, ପୁଣି ଥରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) କ୍ଷମତାକୁ ଆସୁଛି । ଆସନ୍ତୁ ଜାଣିବା ଏକଜିଟ୍ ପୋଲ୍ କ'ଣ କହୁଛି ?ମିଜୋ ନ୍ୟାସନାଲ ଫ୍ରଣ୍ଟ- 15-21, କଂଗ୍ରେସ- 2-8, ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ)- 12-18, ଅନ୍ୟମାନେ- 0-5 ପାଇପାରନ୍ତି ।
ତେଲେଙ୍ଗାନାରେ ମୋଟ ୧୧୯ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ବହୁମତ ପାଇଁ ୬୦ଟି ଆସନ ଆବଶ୍ୟକ । ଟୁଡେସ୍ ଚାଣକ୍ୟର ଅନୁସାରେ, ରାଜ୍ୟରେ କଂଗ୍ରେସ ୭୧ଟି ଆସନ ଜିତିବାକୁ ଥିବାବେଳେ ବିଆରଏସ ୩୩ଟି ଆସନ ଜିତିବ । ବିଜେପି ୭ଟି ଆସନ ଜିତିବ । ରିପବ୍ଲିକ ଟିଭି-ମାଟ୍ରିଜ୍ ଅନୁସାରେ କଂଗ୍ରେସ ୫୮ରୁ ୬୮ଟି ଆସନ ଜିତିବ ଓ ବିଆରଏସ ୪୬-୫୬ଟି ଆସନ ଓ ବିଜେପି ୪ରୁ ୯ଟି ଆସନ ଜିତିବ। ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ ଅନୁସାରେ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ ଓ ବିଆରଏସ ୩୧-୪୭ଟି ଆସନ ଓ ବିଜେପି ୨ରୁ ୪ଟି ଆସନ ଜିତିବ । ତେବେ ଡିସେମ୍ବର ୩ରେ ରେଜଲ୍ଟ ପ୍ରକାଶ ପାଇବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications