Assembly Election Result: ବିଜେପି ଶିବିରରେ ଉତ୍ସାହ, ସଂଧ୍ୟା ୬ଟା ୩୦ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ମଧ୍ୟପ୍ରଦେଶ, ରାଜସ୍ଥାନ ଟ୍ରେଣ୍ଡକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଚାରିଆଡେ ହସ ଉଲ୍ଲାସର ସହ ବିଜୟକୁ ପାଳୁଛି ବିଜେପି । ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କରିବେ ମୋଦି । ସଂଧ୍ୟା ୬ଟା ୩୦ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି ।
୨୦୨୪ ନିର୍ବାଚନ ବିଜେପି ସପକ୍ଷରେ ଥିବାର ଦେଖାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬:୩୦ ରେ ପାର୍ଟି ମୁଖ୍ୟାଳୟରେ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି . ଯାହା ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ ।
ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ପ୍ରାରମ୍ଭିକ ଧାରା ଅନୁଯାୟୀ ଭାରତୀୟ ଜନତା ପାର୍ଟି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ବିଧାନସଭା ନିର୍ବାଚନରେ ଆଗୁଆ ଭାବରେ ଉଭା ହୋଇଛି ।

ଦିନ 10 ପର୍ଯ୍ୟନ୍ତର ଟ୍ରେଣ୍ତ ଅନୁସାରେ ବିଜେପି ମଧ୍ୟପ୍ରଦେଶର 230 ଟି ଆସନରେ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। 138 ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ 89ଟି ଆସନରେ ଆଗରେ ରହିଛି। ତେବେ ଆଶା କରାଯାଉଛି ମଧ୍ୟପ୍ରଦେଶରେ ପୁଣି ଶିବରାଜ ସିଂ ଚୌହାନ ସରକାର ଫେରିବ ।
ଆମେ ରାଜସ୍ଥାନର 199ଟି ସିଟ୍ ବିଷୟରେ କଥା ହେବା, ତେବେ ଦିନ 09 ଟା ପର୍ଯ୍ୟନ୍ତ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବାର ଦେଖିବା ପାଇଁ ମିଳିଥିଲା । କିନ୍ତୁ, ସକାଳ 10 ଟା ପର୍ଯ୍ୟନ୍ତ ପ୍ରକାଶିତ ଟ୍ରେଣ୍ଡରେ ବିଜେପି 107 ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ 78 ଟି ଆସନରେ ଆଗରେ ଥିଲା ।
ଏଥି ସହିତ ତେଲେଙ୍ଗାନାରେ ଲିଡ୍ କରୁଛି କଂଗ୍ରେସ । କଂଗ୍ରେସ ଦଳ 70 ଟି ଆସନରେ ଆଗୁଆ ରହିଛି। ଏହି ସମୟରେ ଶାସକ ବିଆରଏସ 37 ଟି ଆସନରେ ଆଗରେ ରହିଛି। ହେଲେ ବିଜେପି ମାତ୍ର ୭ଟି ଆସନରେ ଆଗରେ ରହିଛି । ଛତିଶଗଡରେ 9:30 ପର୍ଯ୍ୟନ୍ତ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକର ହେଇଥିବାର ଦେଖିବା ପାଇଁ ମିଳିଥିଲା । ଛତିଶଗଡରେ 47 ଟି ଆସନରେ ବିଜେପି ଆଗୁଆ ରହିଛି। ଏଥି ସହିତ 41 ଟି ଆସନରେ କଂଗ୍ରେସ ଆଗୁଆ ରହିଛି।












Click it and Unblock the Notifications