ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ
Jharkhand- Maharashtra Assembly Election 2024: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । ବଡ଼ ବଡ଼ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ଦୁଇ ରାଜ୍ୟରେ ମତଦାନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି ତରାଯାଇଛି ।
ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୧୨ଟି ଜିଲ୍ଲାର ମୋଟ ୩୮ଟି ନିର୍ବାଚନମଣ୍ଡଳୀରେ ହେବ ଭୋଟିଂ । ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ମତଦାନ ଚାଲିବ । ତେବେ ନକ୍ସଲ ପ୍ରଭାବିତ ୩୧ଟି ବୁଥ୍ରେ ସୁରକ୍ଷା କାରଣରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ।
ଏହି ନିର୍ବାଚନରେ ୫୫ଜଣ ମହିଳାଙ୍କ ସମେତ ୫୨୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୧କୋଟି ୨୩ଲକ୍ଷରୁ ଅଧିକ ଭୋଟର ଏହି ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବି କୁମାର ନିର୍ଭିକ ଭାବରେ ଭୋଟ ଦେବାକୁ ମତଦାତାମାନଙ୍କୁ ନିବେଦନ କରିଛନ୍ତି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍ରେ ଅର୍ଦ୍ଧସାମରିକ କେନ୍ଦ୍ରୀୟ ବାହିନୀର ଯବାନମାନଙ୍କୁ ମୁତୟନ କରାଯାଇଛି ।

ସେହିପରି ମହାରାଷ୍ଟ୍ରର ସମସ୍ତ ୨୮୮ଟି ବିଧାନସଭା ଆସନରେ ମତଦାନ । ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଶାସକ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ କ୍ଷମତା ବଜାୟ ରଖିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମହାବିକାଶ ଆଘାଡି (ଏମଭିଏ) ମେଣ୍ଟ ରାଜ୍ୟରେ ପ୍ରତ୍ୟାବର୍ତ୍ତନ ଆଶା ରଖିଛି। ମୋଟ ୪ ହଜାର ୧୩୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି, ଯେଉଁଥିରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୫୯ ଆସନରେ ପ୍ରାର୍ଥୀ ଦେଇଛି।
କଂଗ୍ରେସ ୧୦୧, ଶିବସେନା ୯୫ ଓ ଏନସିପି ୮୬ ଜଣଙ୍କୁ ପ୍ରାର୍ଥୀ କରିଛି। ବହୁଜନ ସମାଜ ପାର୍ଟି ଏବଂ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁସଲିମିନ୍ (ଏଆଇଏମଆଇଏମ୍) ସମେତ ଛୋଟ ଛୋଟ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଏସପି ୨୩୭ ଏବଂ ଏଆଇଏମଆଇଏମ ୧୭ ଜଣଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣତି ହେବ।












Click it and Unblock the Notifications