ଆଜି ଘୋଷଣା ହେବ ତିନି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ
ଆଜି (ବୁଧବାର) ତିନି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ ଭାରତ ନିର୍ବାଚନ ଆୟୋଗ (ECI) । ଏହି ତିନି ରାଜ୍ୟ ହେଲେ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ।
ନୂଆଦିଲ୍ଲୀ: ଆଜି ବାଜିବ ତିନି ରାଜ୍ୟର ନିର୍ବାଚନ ବିଗୁଲ । ବୁଧବାର ତିନି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ ଭାରତ ନିର୍ବାଚନ ଆୟୋଗ (ECI) । ତେବେ ଏହି ତିନି ରାଜ୍ୟ ହେଲେ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର । ଏହି ତିନି ଉତ୍ତର-ପୂର୍ବ ରାଜ୍ୟରେ ଆଜି ବାଜିବ ନିର୍ବାଚନୀ ବିଗୁଲ ।

ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ଆୟୋଗ ଆଜି ଅପରାହ୍ନ 2.30 ରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ନିର୍ବାଚନୀ ତାରିଖ ଘୋଷଣା କରିବେ । ତେବେ ଏହି ତିନି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ 2023 ରେ ଶେଷ ହେଉଛି । ଆସନ୍ତା ମାର୍ଚ୍ଚ 12 ରେ ନାଗାଲାଣ୍ଡ, ମାର୍ଚ୍ଚ 15 ମେଘାଳୟ ଏବଂ ମାର୍ଚ୍ଚ 22 ରେ ତ୍ରିପୁରା ର ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ।
ଏହା ବ୍ୟତୀତ ଚଳିତ ବର୍ଷ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ମଧ୍ୟ ହେବାର ସମ୍ଭାବନା ରହିଛି । ନଭେମ୍ବର 2018 ଠାରୁ ୟୁନିଅନ୍ ଟେରିଟୋରୀର ବିଧାନସଭା ବିଲୋପ ହୋଇଯାଇଛି । ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ 2014 ଠାରୁ ପ୍ରଥମ ଏବଂ କେନ୍ଦ୍ର ଧାରା 370 ରଦ୍ଦ କରି 2019 ରେ ରାଜ୍ୟତା ପ୍ରତ୍ୟାହାର ପରେ ପ୍ରଥମ ହେବ ।
ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ତ୍ରିପୁରାରେ ଏକ ବିଜେପି ସରକାର ଅଛି, ଯେଉଁଠାରେ ମାଣିକ୍ ସରକାର ମୁଖ୍ୟମନ୍ତ୍ରୀ ଥିବାବେଳେ ଏଠାରେ ଏଥର ମମତା ବାନାର୍ଜୀଙ୍କ ଦଳ ଟିଏମସି ଏକ ଦୃଢ ଦାବି ଉପସ୍ଥାପନ କରୁଥିବା ଜଣାପଡିଛି । ଅନ୍ୟପଟେ ମେଘାଳୟରେ କଂଗ୍ରେସ 2018 ରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ ସରକାର ଗଠନ କରିବାରେ ବିଫଳ ହୋଇଥିଲା । ଏହା ପରେ ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟି ସହ ଏକ ମେଣ୍ଟ ଗଠନ କରିଛି ଏବଂ ବର୍ତ୍ତମାନ ଏନପିପି ନେତା କୋଣରାଡ ସାଙ୍ଗମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନାଗାଲାଣ୍ଡରେ ମଧ୍ୟ ବିଜେପି ଏନଡିପିପି ଅର୍ଥାତ୍ ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରଗତିଶୀଳ ପାର୍ଟି ସହିତ ସରକାରରେ ଅଛି ।












Click it and Unblock the Notifications