Get Updates
Get notified of breaking news, exclusive insights, and must-see stories!

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା

ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଦିଲ୍ଲୀରେ ପ୍ରେସ୍‌ କନ୍‌ଫରେନ୍ସ କରି ଘୋଷଣା କରିବେ ନିର୍ବାଚନ କମିଶନ । ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ପାଇଁ ହେବ ଘୋଷଣା ନିର୍ବାଚନୀ ତାରିଖ । ମଧ୍ୟାହ୍ନ ୧୨ଟାରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାର କାର୍ଯ୍ୟସୂଚୀ ଘୋଷଣା କରିବେ ।

ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲଙ୍ଗାନାରେ ୨୦୧୮ ଭଳି ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇପାରେ । ସେହିପରି ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ରହିଛି । ୨୦୧୮ରେ ମଧ୍ୟପ୍ରଦେଶ ଏବଂ ମିଜୋରାମରେ ୨୮ ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ୭ ଡିସେମ୍ବରରେ ଭୋଟ୍ ଗ୍ରହଣ କରାଯାଇଥିଲା ।

eci

ସେହିପରି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୨ ରେ ୧୮ ବିଧାନସଭା ଆସନ ପାଇଁ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୨୦ ରେ ୭୨ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଭୋଟର ଗଣନା ୧୧ ଡିସେମ୍ବର ୨୦୧୮ ରେ ଏକକାଳୀନ ହୋଇଥିଲା ।

ଆଜି ଅପରାହ୍ନରେ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି । ଯେଉଁଥିରେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ କେବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା କରାଯିବ ।

୫ଟି ରାଜ୍ୟ ମଧ୍ୟରୁ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୧୭ ତାରିଖରେ ଶେଷ ହେବ । ବିଜେପିର ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ୍‌) ଏହି ପୂର୍ବୋତ୍ତର ରାଜ୍ୟରେ କ୍ଷମତାରେ ରହିଛି । ତେଲଙ୍ଗାନା, ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଆସନ୍ତାବର୍ଷ ଜାନୁଆରୀ ମାସରେ ଭିନ୍ନ ଭିନ୍ନ ତାରିଖରେ ସମାପ୍ତ ହେବ ।

ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିବାବେଳେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ରହିଛି । ତେଲେଙ୍ଗାନାରେ ବିଆରଏସ ଏବଂ ମିଜୋରାମରେ ଏମଏନଏଫ ପରି ଏକ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି ।

ମଧ୍ୟପ୍ରଦେଶ ଏବଂ ଛତିଶଗଡ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ ଭାବରେ ବିବେଚନା କରାଯାଉଛି ।

ଯେଉଁ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା । ସେଥିମଧ୍ୟରୁ ୩ଟି ରାଜ୍ୟ ତଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନାରେ ମହିଳା ଭୋଟରମାନଙ୍କର ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ।

ସେପଟେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା ପୂର୍ବରୁ ଶୁକ୍ରବାର ନିର୍ବାଚନ ଆୟୋଗର ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+