ଆଜି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ
Assembly Election 2023: 5 ରାଜ୍ୟରେ ବିଧାନସଭା ତାରିଖ ଘୋଷଣା ହୋଇସାରିବା ପରେ ସରଗରମ ରାଜନୈତିକ ମାହୋଲ । ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ପ୍ରାର୍ଥୀଙ୍କ ନାମ ଫାଇନାଲ କରିବା ପାଇଁ ଆଜି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଖଡଗେଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେଉଛି ।
ତିନୋଟି ରାଜ୍ୟର ବରିଷ୍ଠ ନେତାମାନେ ଏହି ସଭାରେ ଯୋଗ ଦେବା ପାଇଁ ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ରାହୁଲ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନପ ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧି ଏବଂ ଦଳ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ଏହା ପୂର୍ବରୁ ଚଳିତ ମାସ ୧୩ ତାରିଖରେ ଦଳ ପକ୍ଷରୁ ଏକ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଂଗ୍ରେସର ସିଇସି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ପ୍ରାର୍ଥୀଙ୍କ ନାମ ଦାଖଲ କରିବାକୁ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପହଞ୍ଚିଥିବା ଛତିଶଗଡର ଡେପୁଟି ସିଏମ୍ ଟିଏସ୍ ସିଂ ଦେଓ କହିଛନ୍ତି ଯେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଛତିଶଗଡର ତାଲିକା ଆଜି କିମ୍ବା ଆସନ୍ତାକାଲି ପ୍ରକାଶ ପାଇବ ।
#WATCH दिल्ली: कांग्रेस केंद्रीय चुनाव समिति (CEC) की बैठक जारी है।
(वीडियो AICC कार्यालय से है।) pic.twitter.com/ecEEU90RWE
— ANI_HindiNews (@AHindinews) October 18, 2023
ଆଜି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ନେଇ ଆଲୋଚନା ହେବ । ଆଜି ସକାଳ ୯ଟାରୁ ବୈଠକ ଆରମ୍ଭ ହୋଇଛି ରାଜସ୍ଥାନରେ ପ୍ରାର୍ଥୀ ତାଲିତା ଚୂଡାନ୍ତ କରିବା ସହ ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଅବଶିଷ୍ଟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବାନେଇ ଆଲୋଚନା ହେବ ।
ସୂଚନାଥାଉ ଯେ, ନଭେମ୍ବର 25 ରେ ଗୋଟିଏ ପର୍ଯ୍ୟାୟରେ ରାଜସ୍ଥାନ ବିଧାନସଭାର ମୋଟ ଦୁଇଶହ ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର 3 ରେ ଭୋଟ୍ ଗଣନା କରାଯିବ। କଂଗ୍ରେସର ସ୍କ୍ରିନିଂ କମିଟି ଆଜି ଦିଲ୍ଲୀରେ ବୈଠକ କରୁଥିବାବେଳେ ବୁଧବାର ଦିନ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଛି ଯେଉଁଥିରେ ସରକାରୀ କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ପାଇଁ ଘୋଷଣା କରାଯାଇପାରେ।












Click it and Unblock the Notifications