ଆକ୍ସନ ମୋଡରେ ହେମନ୍ତ ସରକାର, ଭାରତରେ ରହି ପାକିସ୍ତାନକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ୬୫
ଆକ୍ସନ ମୋଡରେ ହେମନ୍ତ ସରକାର । ଜାମ୍ମୁ-କାଶ୍ମୀର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣରେ ୨୬ ନାଗରିକଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ନିନ୍ଦା କରାଯାଇଥିଲା। ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବାରୁ ତା' ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ଦେଶଦ୍ରୋହୀଙ୍କୁ ଗିରଫ କରିଛି ଆସାମ ପୁଲିସ। ବର୍ତ୍ତମାନ ସୁଦ୍ଧା ୬୫ ଜଣଙ୍କୁ ଗିରଫ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

ପୂର୍ବରୁ ଏପରି କାର୍ଯ୍ୟକଳାପରେ ୬୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଶନିବାର ଆଉ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋକ୍ରାଝର ଜିଲା ଗୋସାଇଗାଓଁ ଅଞ୍ଚଳର ଜୟନାଲ ଆବେଦିନ। ଏ ନେଇ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ଏକ୍ସ' ଜରିଆରେ ସୂଚନା ଦେଇଛନ୍ତି।












Click it and Unblock the Notifications