ପାକିସ୍ତାନ ସମର୍ଥନରେ ବୟାନ ଦେବା ବିଧାୟକଙ୍କୁ ପଡ଼ିଲା ମହଙ୍ଗା, ଘରୁ ଉଠାଇନେଲା ପୋଲିସ୍
ପୁଲଓ୍ବାମା ଏବଂ ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ରହିଥିବା ମନ୍ତବ୍ୟ ଦେଇ ଆସାମର ଏଆଇୟୁଡିଏଫ୍ ବିଧାୟକ ଅମିନୁଲ ଇସ୍ଲାମ ଗିରଫ ହୋଇଛନ୍ତି। ଉଭୟ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ଥିବା ଅମିନୁଲ କହିଥିଲେ। ଉକ୍ତ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆସାମ ପୋଲିସ ନିଜଆଡ଼ୁ ମାମଲା ରୁଜୁ କରିବା ସହ ଅମିନୁଲଙ୍କୁ ଗିରଫ କରିଛି।
ବିଧାୟକଙ୍କ ମନ୍ତବ୍ୟରୁ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ନିଜକୁ ଦୂରେଇ ରଖିଛି। ଦଳ କହିଛି ଯେ ଏହି ମତାମତ ତାଙ୍କର ନିଜସ୍ୱ ଏବଂ ଦଳର ନୁହେଁ। ଧିଙ୍ଗ୍ ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିବା ଇସଲାମଙ୍କୁ ନାଗାଓଁ ଜିଲ୍ଲାର ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା।

ପୁଲିସ ଅଧୀକ୍ଷକ (ଏସପି) ସ୍ୱପ୍ନାନୀଲ ଡେକା କହିଛନ୍ତି ଯେ ପୁଲିସ ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ଉପରେ ନଜର ପକାଇଥିଲା। ଯେଉଁଥିରେ ଧିଙ୍ଗ୍ ର ବିଧାୟକ ଇସଲାମ "ସାମ୍ପ୍ରତିକ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଏକ ଭୁଲ ବୟାନ" ଦେଉଥିବାର ଦେଖାଯାଇଛି।












Click it and Unblock the Notifications