Assam mining tragedy: ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ

ଆସାମର ଡିମା ହାସାଓ ଜିଲ୍ଲାର ଉମରାନ ଶୋ'ଠାରେ କୋଇଲା ଖଣି ଦୁର୍ଘଟଣାରେ ଆଜି ଆଉଜଣେ ଶ୍ରମିକଙ୍କର ମୃତଦେହ ଉଦ୍ଧାର ହୋଇଛି । ଷଷ୍ଠଦିନ ପାଇଁ ଆଜି ମଧ୍ୟ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏକାଧିକ କେନ୍ଦ୍ର ଏବଂ ରାଜ୍ୟ ଉଦ୍ଧାରକାରୀ ସଂସ୍ଥା ମିଳିତଭାବେ ଏଥିରେ ନିୟୋଜିତ ଅଛନ୍ତି । ପୂର୍ବରୁ ସେଠାରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଆସାମର କୋଇଲା ଖଣିରୁ ଉଦ୍ଧାର ହେଲା ଆଉ ୩ଜଣ ଶ୍ରମିକଙ୍କ ମୃତଦେହ। ରାଜ୍ୟର ଦିମା ହସାଓ ଜିଲ୍ଲାର ଉମ୍ରାଙ୍ଗସୋରେ ଥିବା ବେଆଇନ କୋଇଲା ଖଣିରେ ପ୍ରାୟ ୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ସୋମବାର ଏହି ଅଘଟଣ ଫଳରେ ଖଣି ଭିତରେ ୯ ଜଣ ଶ୍ରମିକ ଫସିଯାଇଥିଲେ।

ଏହାପରେ ସେଠାରେ ଭାରତୀୟ ନୌସେନା, ଏନଡିଆରଏଫ୍, ଏସଡିଆରଏଫ ଓ ଦମକଳ ବାହିନୀର ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ଖୋଜାଖୋଜି ପରେ ଗତ ବୁଧବାର ଦିନ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଆଜି ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ପରେ ମୋଟ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏବେ ବି ୫ ଜଣ ଶ୍ରମିକଙ୍କ ପତ୍ତା ମିଳିନାହିଁ।

Assam mining tragedy

ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଟକି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନୌସେନା, ଏନ୍‍ଡିଆର୍‍ଏଫ୍‍, ଏସ୍‍ଡିଆର୍‍ଏଫ୍‍, ଜିଲ୍ଲା ପ୍ରଶାସନ, ଓଏନ୍‍ଜିସି
ମିଳିତଭାବେ କାର୍ଯ୍ୟ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+