Get Updates
Get notified of breaking news, exclusive insights, and must-see stories!

ବିଭତ୍ସ ହତ୍ୟା : ସ୍ତ୍ରୀ କଟା ମୁଣ୍ଡ ନେଇ ଥାନାରେ ପହଞ୍ଚିଲା ସ୍ୱାମୀ

ଆସାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଜଣେ 60 ବର୍ଷୀୟ ବୃଦ୍ଧ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏବଂ ପରେ ତାଙ୍କ ମୁଣ୍ଡକୁ ଅଲଗା କରି ଥାନାରେ ପହଞ୍ଚିଥିଲେ । ସେ ତାଙ୍କ ସ୍ତ୍ରୀଙ୍କ କଟା ମୁଣ୍ଡ ପୋଲିସଙ୍କ ସାମ୍ନାରେ ରଖି ତାଙ୍କୁ ଗିରଫ କରିବାକୁ ଅନୁରୋଧ କଲେ । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଶନିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ପୋଲିସ ଅଭିଯୁକ୍ତ ବୃଦ୍ଧଙ୍କୁ ବିତିଶ ହାଜଙ୍ଗ ବୋଲି ଚିହ୍ନଟ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଦିନ ଧରି ଝଗଡା ହେଉଥିଲା। ଅଭିଯୁକ୍ତ ସ୍ୱାମୀ ଦିନ ମଜୁରିଆ ଭାବରେ କାମ କରନ୍ତି । ଶନିବାର ଦିନ ମଧ୍ୟ ତାଙ୍କର ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା ଏବଂ ପରେ ସେ ଏହି ଘଟଣା ଘଟାଇଥିଲେ ।

କଟାମୁଣ୍ଡ ଧରି ସାଇକେଲରେ ଥାନା- ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ କଟା ମୁଣ୍ଡକୁ ସାଇକେଲରେ ଧରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେ ପୋଲିସ ଷ୍ଟେସନକୁ ଯାଇ ସେଠାରେ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ କହିଲେ ଯେ ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ଏହା ପରେ, ପୋଲିସ ତାଙ୍କୁ ଗିରଫ କରିଥିଲା ​​ଏବଂ ତାଙ୍କ ଇଙ୍ଗିତରେ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା ।

Assam man kills wife walks to cops with severed head

ଚିରାଙ୍ଗର ଅତିରିକ୍ତ ପୋଲିସ ଅଧୀକ୍ଷକ ରଶ୍ମିରେଖା ଶର୍ମା କହିଛନ୍ତି ଯେ ଆମେ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛୁ । ଫୋରେନସିକ୍ ବିଶେଷଜ୍ଞମାନେ ଆସି ନମୁନା ସଂଗ୍ରହ କରିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ଆମର ତଦନ୍ତ ଜାରି ରହିଛି । ରଶ୍ମିରେଖା ଶର୍ମା କହିଛନ୍ତି ଯେ ଆମେ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛୁ । ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+