ଆସାମ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବାର ସମ୍ଭାବନାର ରହିଛି: ଅଶ୍ୱିନୀ ବୈଷ୍ଣବ
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆସାମ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବାର ସମ୍ଭାବନାର ରହିଛି । ସେଠାରେ ଆଞ୍ଚଳିକ ବିକାଶ ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି । ଆଡ୍ଭେଣ୍ଟେଜ୍ ଆସାମ୍ ୨ ଦଶମିକ୍ ୦ ନିବେଶ ଓ ଭିତ୍ତିଭୂମି ଶିଖର ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଜାଗି ରୋଡ୍ରେ ଥିବା ସେମିକଣ୍ଡକ୍ଟର ପ୍ଲାଣ୍ଟ ଆସାମକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବ ।

ଗୁଆହାଟୀ ଠାରେ ରେଳ ଷ୍ଟେସନ୍ ଜମିରେ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ହବ୍ ବିକଶିତ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଦୁଇଟି ନୂତନ ଅମୃତଭାରତ ଟ୍ରେନ୍, ବି.ଟି.ଆର୍. ଅଞ୍ଚଳରେ ଗୋଟିଏ ଟ୍ରେନ୍ କୋଚ୍ ଉତ୍ପାଦନ ୟୁନିଟ୍ ଏବଂ ଲୁଙ୍ଗ୍ଡିଙ୍ଗ୍ରେ ଗୋଟିଏ ଟ୍ରେନ୍ ଇଞ୍ଜିନ୍ ପୁନଃ ନିର୍ମାଣ ୟୁନିଟ୍ ସ୍ଥାପନ ନେଇ ସରକାର ମଞ୍ଜୁରୀ ପ୍ରଦାନ କରିଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।












Click it and Unblock the Notifications