ବ୍ଲାକ୍ ମ୍ୟାଜିକ ଉପରେ ହିମନ୍ତ ସରକାରଙ୍କ ଆକ୍ସନ , ଜାଣନ୍ତୁ ଏହା ଉପରେ ସରକାର ନେଇଛନ୍ତି କେଉଁ ନିଷ୍ପତ୍ତି

Assam: ଆଜି ବି ଭାରତରେ ଅନେକ ରାଜ୍ୟ ଅଛି ଯେଉଁଠାରେ କଳା ଗୁଣି ଗାରେଡି କରାଯାଏ । ତେବେ ଏହାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଆଇନ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ବିଭିନ୍ନ ରାଜ୍ୟଗୁଡିକରେ ଗୁପ୍ତ ଭାବେ ଗୁଣି ଗାରେଡି କରାଯାଉଛି । ବର୍ତ୍ତମାନ ଚିକିତ୍ସା ନାମରେ କରାଯାଉଥିବା ଗୁଣି ଗାରେଡ଼ିକୁ ନେଇ ଆସାମ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚିକିତ୍ସା ନାମରେ ଗୁଣି ଗାରେଡ଼ି ଆରୋଗ୍ୟ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନେଇଛନ୍ତି ନିଷ୍ପତ୍ତି ।

himanta biswa sarma

ଏପରି ଚିକିତ୍ସା ଶେଷ କରିବାକୁ ସରକାର ଏକ ବିଲ ଅନୁମୋଦନ କରିଛନ୍ତି । ଗୁଣି ଗାରେଡି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ବିଲରେ ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଶର୍ମା କହିଛନ୍ତି ଏକ ଉତ୍ସର୍ଗୀକୃତ ନିରନ୍ତର ବିକାଶ କାର୍ଯ୍ୟକ୍ରମ ପାଇଁ କ୍ୟାବିନେଟ ୧୦ଟି ସହରକୁ ମଧ୍ୟ ଚୟନ କରିଛି ଏବଂ ରାଜ୍ୟ ମ୍ୟୁନିସିପାଲିଟି କ୍ୟାଡରରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଦେଇଛି । ଏଥି ସହିତ, ମନ୍ତ୍ରୀ ପରିଷଦ ଆସାମ ଉପଚାର ପ୍ରଥା ବିଲ, ୨୦୨୪ କୁ ଅନୁମୋଦନ କରାଯାଇଛି ।

ଶ୍ରବଣ ବାଧିତ, ବାକ ବାଧିତ, ଦୃଷ୍ଟି ବାଧିତ, ଦିବ୍ୟାଙ୍ଗତା ଏବଂ ଅଟିଜିମ ଭଳି କେତେକ ଜନ୍ମଗତ ରୋଗର ଚିକିତ୍ସା ନାମରେ ଗୁଣି ଗାରେଡ଼ିକୁ ନିଷେଧ ଏବଂ ଶେଷ କରିବାକୁ ଏହି ବିଲ ଲକ୍ଷ୍ୟ ରଖିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁଣି ଗାରେଡ଼ି ଚିକିତ୍ସା ରାଜଗ୍ୟରେ ସମ୍ପୂର୍ଣ୍ଣ ନିଷେଧ ହେବ । ଚିକିତ୍ସା ନାମରେ ଗରିବ ଏବଂ ଦଳିତ ଲୋକଙ୍କଠାରୁ ଟଙ୍କା ଲୁଟ କରୁଥିବା ଚିକିତ୍ସକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହିମନ୍ତ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+