ଏହି ରାଜ୍ୟରେ ଦ୍ୱିତୀୟ ବିବାହ ପାଇଁ ନେବାକୁ ପଡିବ ସରକାରଙ୍କ ଅନୁମତି
Assam Government Employess Marriage Rule: ଏଣିକି ପ୍ରଥମ ସ୍ତ୍ରୀ/ସ୍ୱାମୀ ଜୀବିତ ଥିଲେ, ବିନା ସରକାରଙ୍କ ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ସରକାରୀ ଚାକିରିଆ । ଏପରି ନିୟମ ଆଣିଲେ ଆସାମ ସରକାର । ଅକ୍ଟୋବର ୨୦ ତାରିଖରେ ଆସାମ ସରକାର ନିଜ କର୍ମଚାରୀଙ୍କ ପାଇଁ ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏହି ନିୟମ ପାଳନ କରୁ ନ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କେବଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସରକାର । ଏହି ନିୟମ 1965 ମସିହାରେ କରାଯାଇଥିଲା । ରାଜ୍ୟ ପର୍ସନାଲ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ ପତି-ପତ୍ନୀ ଜୀବିତ ଥିବାବେଳେ ସରକାରୀ କର୍ମଚାରୀ ଦ୍ୱିତୀୟ ଥର ବିବାହ କରିପାରିବେ ନାହିଁ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କ ନିର୍ଦ୍ଦେଶରେ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ସରକାରୀ କର୍ମଚାରୀ ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇପାରେ। ବିଜ୍ଞପ୍ତିରେ କୁହାଯାଇଛି ଯେ ଆସାମ ସିଭିଲ ସର୍ଭିସେସ୍ (ଆଚରଣ) ଅଧିନିୟମ, 1965 ର ନିୟମ 26 ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଯଦି ନିୟମ ଉଲ୍ଲଂଘନ ହୁଏ, ତେବେ ଶୃଙ୍ଖଳାଗତ କର୍ତ୍ତୃପକ୍ଷ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ। ନିୟମ ଉଲ୍ଲଂଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଜରିମାନା ଲାଗୁ କରାଯିବ ଏବଂ ତାଙ୍କୁ ବାଧ୍ୟତାମୂଳକ ଅବସରର ମଧ୍ୟ ସାମ୍ନା କରିବାକୁ ପଡିପାରେ।
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ସରକାରୀ ଚାକିରିଆଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କର ପେନସନ୍ ପାଇବା ପାଇଁ ଦୁଇ ପତ୍ନୀଙ୍କ ମଧ୍ୟରେ ଗଣ୍ତଗୋଳ ହେଉଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଏପରି ନିର୍ଦ୍ଦେଶ ଯାରି କରିଛନ୍ତି ।
ସରକାରଙ୍କ ନିୟମ ଅନୁସାରେ, ଜଣେ ପୁରୁଷ ସରକାରୀ କର୍ମଚାରୀ ପ୍ରଥମ ପତ୍ନୀ ଜୀବିତ ଥିବା ବେଳେ ସ୍ୱାମୀ ଦ୍ୱିତୀୟ ବିବାହ ପାଇଁ ସରକରାଙ୍କ ଅନୁମତି ନେବା ପାଇଁ ପଡିବ ସେହିପରି ଜଣେ ମହିଳା ସରକାରୀ କର୍ମଚାରୀ ମଧ୍ୟ ପ୍ରଥମ ସ୍ୱାମୀ ଜିବିତ ଥିବା ବେଳେ ବିବାହ କରିବା ପାଇଁ ଚାହିଁଲେ ମଧ୍ୟ ସରକାରଙ୍କ ଅନୁମତି ନେବା ପାଇଁ ପଡିବ ।












Click it and Unblock the Notifications