ଆସାମ ଗଣଦୁଷ୍କର୍ମ ମାମଲା: ପୁଲିସ ହେପାଜତରୁ ଖସି ପୋଖରୀକୁ ଡେଇଁଲା ଅଭିଯୁକ୍ତ

ଆସାମର ନାବାଳିକା ଗଣଦୁଷ୍କର୍ମ ମାମଲାରେ ପ୍ରାଣ ହରାଇଲା ଅଭିଯୁକ୍ତ। କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ବେଳେ ହେଲା ମୃତ୍ୟୁ। ଖସି ପଳାଇବାକୁ ଚେଷ୍ଟା କରି ପୋଖରୀକୁ ଡେଇଁ ଅଭିଯୁକ୍ତ ଜଣକ ପ୍ରାଣ ହରାଇଥିବା ସୂଚନା ମିଳିଛି।୨ ଘଣ୍ଟା ଧରି ଚାଲିଥିବା ତୀବ୍ର ଉଦ୍ଧାର କାର୍ଯ୍ୟ ପରେ ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏସପି ନାଗାଓଁ ସ୍ବପ୍ନିଲ ଡେକା କହିଛନ୍ତି, ଏହି ମାମଲାରେ ପୋଲିସ ତାଙ୍କୁ ପୂର୍ବରୁ ଗିରଫ କରିଥିଲା। ଗତକାଲି ରାତିରେ ପୋଲିସ ଟିମ ତାଙ୍କୁ ଘଟଣାସ୍ଥଳକୁ ନେଇ ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳ ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡିଥିଲେ। ଆମର ପୋଲିସ କର୍ମଚାରୀମାନେ ସର୍ଚ୍ଚ ଅପରେସନରେ ନିୟୋଜିତ ଥିଲେ ଏବଂ ଏସ୍‌ଡିପିଓ ଟିମ ସହାୟତାରେ ଆମେ ଆଜି ସକାଳେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲୁ।

Assam gangrape

ଉଲ୍ଲେଖଯୋଗ୍ୟ, 'ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ କ୍ଲାସରୁ ଫେରୁଥିବା ବେଳେ ସନ୍ଧ୍ୟା ୭ରୁ ୮ମଧ୍ୟରେ ୩ଜଣ ତାଙ୍କୁ ଅପହରଣ କରିଥିଲେ। ଅପହରଣ ପରେ ତାଙ୍କ ସହ ଗଣଦୁଷ୍କର୍ମ କରି ଅଭିଯୁକ୍ତମାନେ ତାଙ୍କୁ ବୋରଭେଟି ଅଞ୍ଚଳରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ପ୍ରାୟ ଏକ ଘଣ୍ଟା ପରେ ସ୍ଥାନୀୟ ଲୋକମାନେ ପୀଡ଼ିତାଙ୍କୁ ଉଲଗ୍ନ ଓ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୁଲିସକୁ ସୂଚନା ଦେବା ପରେ ନାବାଳିକାକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା। ତଦନ୍ତ ପରେ ପୁଲିସ ଅଭିଯୁକ୍ତ ତଫଜୁଲକୁ ଗିରଫ କରିଥିବା ବେଳେ ଏବେ ତା'ର ମୃତ୍ୟୁ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+