Get Updates
Get notified of breaking news, exclusive insights, and must-see stories!

Assam floods: କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଲେଣି ୧୩୭ ବନ୍ୟଜନ୍ତୁ

ଆସାମ: ବର୍ତ୍ତମାନ ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଏପଟେ ଆସାମରେ ବନ୍ୟା ପରିସ୍ଥିତି ଉଗ୍ର ରୂପ ନେଇଛି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁ଼ଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହି ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ କାଜିରଙ୍ଗା ନ୍ୟାସନାଲ ପାର୍କରୁ ୯୯ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି ।

ସୁଚନାନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ୧୩୭ ବନ୍ୟଜନ୍ତୁ ମରିଗଲେଣି । ୯୮ ବନ୍ୟଜନ୍ତୁ ପାଣି ବୁଡି ମରିଥିବାବେଳେ ୧୭ ବନ୍ୟ ଜନ୍ତୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏବେ ବି ୨୫ ବନ୍ୟ ଜନ୍ତୁ ଚିକିତ୍ସାଧୀନ ଅଛନ୍ତି । ପାଖାପାଖି ପ୍ରାୟ ୯୬ ବନ୍ୟ ଜନ୍ତୁଙ୍କୁ ବନ୍ୟାଜଳରୁ ଉଦ୍ଧାର କରାଯାଇଛି ।

kaziranha national park

ସେପଟେ ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ ୨୪ ଘଣ୍ଟା କାମ କରୁଛି । ବର୍ତ୍ତମାନେ ସୁଦ୍ଧାରେ ବନ୍ୟାରେ ୭୮ ଲୋକଙ୍କର ମୃତ୍ୟୁ ହେଲାଣି । ୨୯ ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

୨୦୧୭ରେ କାଜିରଙ୍ଗାରେ ୩୫୦ ବନ୍ୟଜନ୍ତୁ ବନ୍ୟାଜଳରେ ବୁଡ଼ି ମରି ଯାଇଥିଲେ। ଏହାପରଠାରୁ କାଜିରଙ୍ଗାରେ ଏଭଳି ସ୍ଥିତି ଉପୁଜିନଥିଲା। ଇତି ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି କହିଛନ୍ତି, ବନ୍ୟା ପାଇଁ ରାଜ୍ୟରେ ମଣିଷ ଏବଂ ପଶୁ ସମସ୍ତେ ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କୁ ସହାୟତା ପାଇଁ ଟିମ୍‌ ଆସାମ ୨୪ ଘଣ୍ଟା କାମ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+