ଆସାମ ବନ୍ୟା: ଭୁଶୁଡିଲା ଭାଙ୍ଗନାମାରି ପୋଲିସ ଷ୍ଟେସନ
ଆସାମରେ ବନ୍ୟା ବିପର୍ଯ୍ୟୟ ଜାରି ରହିଛି । ବ୍ରହ୍ମପୁତ୍ର ନଦୀ କୂଳକ୍ଷୟ ଯୋଗୁଁ ନାଲବାରୀ ଜିଲ୍ଲାର ଏକ ପୋଲିସ ଷ୍ଟେସନ ଧୋଇ ଯାଇଛି। ଆସାମର ନାଲବାରୀ ଜିଲ୍ଲାର ଭାଙ୍ଗନାମାରି ଅଞ୍ଚଳରେ ଏହି ଘଟଣା ଘଟିଛି ଏବଂ ଦୁଇ ମହଲା ପୋଲିସ ଷ୍ଟେସନ ଭୁଶୁଡିବାର ଏକ ଭିଡିଓ ସୋସିଆଲ ମ
ଗୌହାଟୀ: ଆସାମରେ ବନ୍ୟା ବିପର୍ଯ୍ୟୟ ଜାରି ରହିଛି । ବ୍ରହ୍ମପୁତ୍ର ନଦୀ କୂଳକ୍ଷୟ ଯୋଗୁଁ ନାଲବାରୀ ଜିଲ୍ଲାର ଏକ ପୋଲିସ ଷ୍ଟେସନ ଧୋଇ ଯାଇଛି। ଆସାମର ନାଲବାରୀ ଜିଲ୍ଲାର ଭାଙ୍ଗନାମାରି ଅଞ୍ଚଳରେ ଏହି ଘଟଣା ଘଟିଛି ଏବଂ ଦୁଇ ମହଲା ପୋଲିସ ଷ୍ଟେସନ ଭୁଶୁଡିବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଛି।

ଘଟଣା ଘଟିବା ବେଳେ ଏହି କୋଠାରେ କେହି ଉପସ୍ଥିତ ନଥିଲେ । ଏଥିପାଇଁ କୌଣସି ଜୀବନହାନୀ ହୋଇନାହିଁ । ଏହି ବନ୍ୟାରେ ରାଜ୍ୟରେ 22 ଲକ୍ଷରୁ ଅଧିକ ପ୍ରଭାବିତ ହୋଇ ରହିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ତେବେ କାଚର ଜିଲ୍ଲାର ମୁଖ୍ୟାଳୟ ସହର ସିଲଚରର ପରିସ୍ଥିତି ଭୟଙ୍କର ରହିଛି କାରଣ ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଜଳବନ୍ଦୀ ରହିଛି ବୋଲି ଅଧିକାରୀମାନେ କହିଛନ୍ତି।
ରାଜ୍ୟରେ ବନ୍ୟା ମୃତ୍ୟୁସଂଖ୍ୟା ୧୨୬କୁ ବୃଦ୍ଧି ପାଇଥିବାବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ଦ୍ୱାରା ଜାରି କରାଯାଇଥିବା ଏକ ବୁଲେଟିନ ଅନୁଯାୟୀ ରବିବାର ଦିନ ୨୮ଟି ଜିଲ୍ଲାରେ ମୋଟ ପ୍ରଭାବିତ ଲୋକଙ୍କ ସଂଖ୍ୟା ୨୨.୨୧ ଲକ୍ଷକୁ ହ୍ରାସ ପାଇଥିବାବେଳେ ପୂର୍ବ ଦିନ ଏହି ସଂଖ୍ୟା ୨୫.୧୦ ଲକ୍ଷ ଥିଲା।












Click it and Unblock the Notifications