Assam Flood:ଆସାମରେ ବନ୍ୟା ବିତ୍ପାତ, ୪୬ ମୃତ
Assam Flood: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁ଼ଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସାମରେ ବନ୍ୟା ଯୋଗୁଁ 46 ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ରାଜ୍ୟରେ ବନ୍ୟା ଜଳରେ ବୁଡିଯିବା କାରଣରୁ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ବନ୍ୟା ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 8 ଜଣଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ସୋନିଟପୁର ଜିଲ୍ଲାର 2 ଜଣ, ମୋରିଗାଓଁ, ଡିବ୍ରୁଗଡ, ଡାରାଙ୍ଗ, ଗୋଲାଘାଟ, ବିଶ୍ୱନାଥ ଏବଂ ତିନୁସୁକିଆ ଜିଲ୍ଲାରେ 8 ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ ମୋଟ ମୃତ୍ୟୁ ସଂଖ୍ୟା 46 ରେ ପହଞ୍ଚିଥିବାବେଳେ 3 ଜଣ ନିଖୋଜ ଅଛନ୍ତି। ସେହିପରି 29ଟି ଜିଲ୍ଲାର 16.25 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।












Click it and Unblock the Notifications